ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ସଦାସର୍ବଦା ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। RPWD ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା।ଏହି ବୈଠକରେ ରାଜ୍ୟ ପଥପ୍ରଦର୍ଶକ ଶ୍ରୀ ଆୟୁଷ୍ମାନ ଚୌଧୁରୀଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ମିଥୁନ ମଲିକ, ଉପସଭାପତି ଶୁଭସ୍ମିତା ମିଶ୍ର, ସମ୍ପାଦିକା ରଶ୍ମିତା ସାମନ୍ତରାୟ, ସଂଯୋଜକ ଶିବ ପ୍ରସାଦ…
Read MoreCategory: ଶିକ୍ଷା
ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲଙ୍କ ଖଣ୍ଡପଡ଼ା ଗସ୍ତ
ନୟାଗଡ଼/ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତଏ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଜମ ପ୍ରଚେଷ୍ଟା, ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ…
Read Moreନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ବ୍ଲକ ସ୍ତରୀୟ କର୍ମଶାଳା ତଥା ସମ୍ମିଳନୀ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସମନ୍ୱୟ ସମିତିର ସଭାପତି ରଘୁନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷକମାନେ ସମାଜର ମେରୁଦଣ୍ଡ ତଥା ଶିକ୍ଷକମାନେ ସମାଜର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକୃର ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,…
Read Moreଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା: ୪ ଟି ସେଟ୍ ର ହେବ ପ୍ରଶ୍ନ ପତ୍ର
ଭୁବନେଶ୍ଵର(ନୟାଗଡ ଦର୍ପଣ): ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨ଟି ସିଟିଙ୍ଗରେ ହେବ। ପ୍ରଥମ ସିଟିଙ୍ଗ ସକାଳ ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ସକାଳ ୧୧ ଟାରୁ ଆରମ୍ଭ ହେବେ। ପ୍ରତ୍ୟେକ ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବେଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଷୟ ପାଇଁ ୮୦ ମାର୍କ ଧାର୍ଯ୍ୟ କରାଯାଇଥିବା ବେଳେ ୪ ଟି ସେଟର ପ୍ରଶ୍ନ ପତ୍ର ଆସିବ। କିନ୍ତୁ ରେଗୁଲାର ଏବଂ ଏକ୍ସ-ରେଗୁଲାର ପାଇଁ ଅଲଗା ଅଲଗା ପ୍ରଶ୍ନ ପତ୍ର ଆସିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସୂଚନା ଦେଇଛନ୍ତି।
Read Moreସ୍କୁଲ ଖୋଲିଲେ କେଉଁ ଶ୍ରେଣୀର ପିଲା କେତେବେଳେ ପଢିବେ ପାଠ ଜାଣନ୍ତୁ
ନୟାଗଡ଼,(ନୟାଗଡ଼ ଦର୍ପଣ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ପିଲାମାନଙ୍କ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ସେହିଭଳି ଆସନ୍ତା ୧୪ ତାରିଖରୁ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ଶ୍ରେଣୀ ପିଲାଙ୍କ ପାଇଁ କେତେବେଳେ ସ୍କୁଲ ଖୋଲିବ, ତାହା ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପାଠ ପଢା ଚାଲିବ। ସେହିଭଳି ଦଶମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ। ପୂର୍ବଭଳି ମଧ୍ୟାହ୍ନ ଭୋଜନକୁ ବନ୍ଦ ରଖାଯାଇ ଶୁଖିଲା ରାସନ ଯୋଗାଣ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।
Read Moreଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୭ ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କିନ୍ତୁ…
Read Moreନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକରେ ସରକାରୀ ବୃତ୍ତି ପରୀକ୍ଷା ୨୦୨୧ର ଫଳ ପ୍ରକାଶ ପାଇଛି।ଏହି ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚଳିତ ବର୍ଷ ପୂର୍ବ ବର୍ଷ ଭଳି ସଫଳତାର ଶ୍ରେଷ୍ଠତ୍ୱ ହାସଲ ଲାଭ କରିଛି। ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲୋପାମୁଦ୍ରା ନାୟକ, ଅଏସକାନ୍ତ ମହାପାତ୍ର ଓ ପ୍ରିୟଂଶୁ ପ୍ରିୟମ ବିଶୋଇ ସଫଳତାର ସହ କୃତିତ୍ୱ ଲାଭ କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ଯାକ ଛାତ୍ରଛାତ୍ରୀ କୃତିତ୍ୱର ସହସଫଳତା ହାସଲ କରିଛନ୍ତି । ସୁଶ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ୩ଜଣ ସାଇ ପ୍ରଜ୍ଞା ମିଶ୍ର, ରୁଦ୍ର ପ୍ରସାଦ ସାହୁ ଓ ଚିନ୍ମୟ ଚିରାଗ ସ୍ୱାଇଁ ମଧ୍ୟ କୃତିତ୍ୱ ଲାଭ କରିଛନ୍ତି।ସୁଶ୍ରୀ…
Read Moreସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବାଜିମାତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୧ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଖଣ୍ଡପଡ଼ାରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରିନେଇଛି।ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ପ୍ରତିଜ୍ଞା ଦାସ ଓ ସସ୍ମିତା ସାହୁ ମେରିଟ୍ ତାଲିକାରେ ଯଥାକ୍ରମେ ନୟାଗଡ଼ ବ୍ଳକରେ ପ୍ରଥମ ଓ ୩ୟ ସ୍ଥାନ ଅଧିକାର କରିଥିଲାବେଳେ ମେରିଟ୍ କମ୍ ପଭର୍ଟି ତାଲିକାରେ ଆର୍ଯନ ଅମନ ଜେନା ବ୍ଳକରେ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ଦୁଇ ଜଣ ସଫଳତା ହାସଲ କରିଛନ୍ତି। ଶ୍ରଦ୍ଧା ସୁମନ ବ୍ଳକରେ ଦ୍ବିତୀୟ ସ୍ଥାନ…
Read Moreଏନ.ଆଇ.ଇ.ଟି ଶିକ୍ଷା ଅନୁଷ୍ଠାନଠାରେ “ମୋ ଗାଁ, ମୋ ମାଟି” ଓ “ବାଲୁଗାଁ ଇତିହାସ” ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସ୍ଥିତ ଏନ.ଆଇ.ଇ.ଟି ଶିକ୍ଷା ଅନୁଷ୍ଠାନଠାରେ ବିଦ୍ୟା ଆଲୋକ ଚାରିଟେବୁଲ ଟ୍ରଷ୍ଟ ଓ ଭୋଳା ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ୱର୍ଗତ ମୁରଲୀଧର ଭୋଳଙ୍କ ସ୍ମୃତିରେ “ବାଲୁଗାଁ ଇତିହାସ” ସଂପର୍କିତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ମୈତ୍ରୀ ଯୁବ ସଂସଦ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ସମାଜସେବୀ ନିହାର ରଞ୍ଜନ ସ୍ୱାଇଁ ଯୋଗା ଦେଇଥିଲେ । ଏନ.ଆଇ.ଇ.ଟି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଭୋଳ ସଭାରେ ଅଧ୍ୟକ୍ଷତା କରିଥିଲା ବେଳେ “ବାଲୁଗାଁ ଇତିହାସ”ର ରଚୟିତା ଓ ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ‘ମୋ ଗାଁ, ମୋ ମାଟି’ର ରଚନାକାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଇନଜୀବୀ ଶ୍ରୀଯୁକ୍ତ ମିଶ୍ର…
Read Moreଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳ ୧୦ଘଟିକା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ଯ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ଯକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ଯ…
Read More