ରଣପୁର ମୟୁରଝାଲିଆରେ ବେଆଇନ ମାଙ୍କଡା ପଥର ଖଣି ଚୋରାଚାଲାଣ, ଗଡ଼ିଲା ୬ମୁଣ୍ଡ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ୬ ରାଜସ୍ୱ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ୟ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ୟ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍ପେଣ୍ଡ କରିଛନ୍ତି। ରଣପୁର ତହସିଲ ମୟୁରଝାଲିଆ ଗ୍ରାମରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣି ଚାଲାଣରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିଲା। ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ଫୌଜଦାର ମାମଲା ରଜୁ କରାଯିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା। ରଣପୁର ତହସିଲଦାର ଏମାନଙ୍କ…

Read More

ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ନୂଆଗାଁ,(ନପ୍ର): ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମିଳନୀ ଏବଂ ସାମ୍ବାଦିକ ଭବନର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଶିବଦତ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକମାନଙ୍କ ଗୁରୁଦାୟିତ୍ବ ବର୍ଣ୍ଣନା କରିବା ସହ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ବନ୍ଧୁମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଏବଂ ଏଭଳି ଏକ କାର୍ଯ୍ୟକ୍ରମ କରି ଜିଲ୍ଲା ତଥା ରାଜ୍ୟ ସଭାପତିଙ୍କୁ ଆଣି ଏକତ୍ରିତ କରିପାରିବା ବାସ୍ତବିକ୍ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ସମ୍ମାନୀତ ଅତିଥି ଭାବେ ନୟାଗଡ…

Read More

ନୟାଗଡ଼ ଟିପିସିଓଡ଼ିଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ କଲା ହେମେନ୍ଦ୍ର ସେନା

ନୟାଗଡ଼,(ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ପକ୍ଷରୁ ନୟାଗଡ଼ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ । ପ୍ରଚଣ୍ଡ ରୌଦ୍ରତାପ ସମୟରେ ନୟାଗଡ଼ରେ ସୃଷ୍ଟି ହୋଇଥିବା ଉତ୍କଟ ତଥା ଘନଘନ ବିଜୁଳି କାଟକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନେତୃତ୍ବରେ ଆଜି ଅପରାହ୍ନରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ ଅଫିସ ସାମ୍ନାରେ ପ୍ରତିବାଦ ସଭା ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ତଥା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ପ୍ରତିବାଦ କରାଯିବା ସହ… ୧- ବିଜୁଳିକାଟର ବିଜୁଳି ବିଭାଗ ତରଫରୁ ଅତିଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା। ୨- ପ୍ରିପେଡ ତଥା ଡିଜିଟାଲ ମିଟର ଲଗାଇବା…

Read More

ଆସନ୍ତାକାଲି ନୟାଗଡ଼ ଗସ୍ତରେ ଆସିବେ ଓଡିଶା ବିଧାନ ସଭା ଲାଇବ୍ରେରୀ କମିଟିର ୩୧ ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଗସ୍ତରେ ଆସୁଛନ୍ତି ୩୧ଜଣ ବିଧାୟକ। ଆସନ୍ତା କାଲି ଅର୍ଥାତ ୨୫ତାରିଖରେ ଓଡିଶା ବିଧାନ ସଭାର ଲାଇବ୍ରେରୀ କମିଟି ନୟାଗଡ଼ ଗସ୍ତରେ ଆସୁଥିବା ସୁଚନା ମିଳିଛି। ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ଆସୁଥିବା ଜଣା ପଡିଛି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡ. ନୃସିଂହ ଚରଣ ସାହୁ, ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁପିନ୍ଦର ସିଂ, ବ୍ରଜ କିଶୋର ପ୍ରଧାନ, ମହିଧର ରଣା, ପ୍ରଶାନ୍ତ କୁମାର ଜଗଦେବ, ସିମାରାଣୀ ନାୟକ, ସୁକାନ୍ତ କୁମାର ନାୟକ, ଦେବେସ ଆଚାର୍ଯ୍ୟ, ଅଙ୍ଗଦ କଅଁର, ଅଶୋକ କୁମାର ବାଲ, ବିକ୍ରମ କୁମାର ପଣ୍ଡା, ମନୋହର ରାନ୍ଧାରୀ, ମୌସୁମୀ ବାଗ, ପ୍ରଦୀପ କୁମାର ଭିସାରୀ, ରମେଶ ଚନ୍ଦ୍ର ସାଇ,…

Read More

ଦଶପଲ୍ଲା ବିଧାୟକଙ୍କୁ ପୁଣି ଥରେ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): କାର୍ଯ୍ୟ ଦକ୍ଷତା , ଲୋକ ପ୍ରିୟତା ଏବଂ ଦୃଢ଼ ସଂଗଠକ ଦଶପଲ୍ଲା ବିଧାୟକ। କାର୍ଯ୍ୟ ଦକ୍ଷତା, ଲୋକ ପ୍ରୀୟତା, ଦୃଢ଼ ସଂଗଠନ କୁ ଦେଖି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପୁଣି ଥରେ ବିଜେଡ଼ି ସୁପ୍ରିମୋ ପଟ୍ଟନାୟକ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକ୍ ଦଖଲ କରିଥିଲା ବିଜେଡ଼ି।ଅହରହ ପ୍ରଚେଷ୍ଟା ଜାରି ରଖି ଲୋକ ମାନଙ୍କ ପାଖରେ ପହଞ୍ଚି ସୁବିଧା, ଅସୁବିଧା ବୁଝିବା ସହ ସମାଧାନ କରିବା ଏବଂ ଅଞ୍ଚଳର ବିକାଶ ସର୍ବଦା ପ୍ରଚେଷ୍ଟା ଜାରି ରଖିବା ସହ ବିଜୁ ଜନତା ଦଳ କୁ ଅଧିକ ସୁଦୃଢ କରି ପାରିଛନ୍ତି ଦଶପଲ୍ଲା ବିଧାୟକ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ…

Read More

ଦଶପଲ୍ଲା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପରିସରରେ ‘ଆମ ପୁଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଦଶପଲ୍ଲା ଅଂଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଦିନକୁ ଦିନ ଦଶପଲ୍ଲା ଅଂଚଳରେ, ଚୋରି, ରାହାଜାନୀ, ଛିନତାଇ, ନିଶା କାରବାର, ହତ୍ୟା, ମାର୍ ପିଟ୍ ଭଳି, ଅପରାଧିକ କାର୍ଯ୍ୟକଳାପ ଏବଂ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ଉପରେ ସଚେତନ ନାଗରିକ ମାନେ, ବିସ୍ତ୍ରୁତ ଆଲୋଚନା କରିଥିଲା। ବିଭିନ୍ନ କାର୍ଯ୍ୟରେ ପୁଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ପୋଲିସ ଅଧିକାରୀ ବସନ୍ତ କୁମାର ସାହୁ ନିବେଦନ କରିଥିଲେ । ଦଶପଲ୍ଲା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନା ଅଂଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ଭାବରେ ପରିଚାଳିତ କରୁଥିବାରୁ ଥାନାଧିକାରୀ ବସନ୍ତ କୁମାର…

Read More

ଖଣ୍ଡପଡାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ସହରର ଶୁଭ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରସନ୍ନ ଦାଶ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନେତ୍ରୀ ସୁରମା ପାଢ଼ୀ, ଇରାନୀ ରାୟ, ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଜନ ସମ୍ପର୍କ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ, ଦେଶ ଓ ରାଜ୍ୟର ପ୍ରଗତି…

Read More

ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡଡାଝୋଲା ଠାରେ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମା ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ର ମହତ୍ତ୍ଵ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ମୁରଲୀ ଧର ଜେନା,ସୁଶାନ୍ତ କୁମାର ପଢ଼ିଆରୀ, ତ୍ରିନାଥ ସ୍ୱାଇଁ, ବିମଳ ଲୋଚନ ପଟ୍ଟନାୟକ ଙ୍କ ସମେତ ମନ୍ଦିର କମିଟିର…

Read More

ଦାଶରଥି ସଂଗ୍ରହାଳୟ ପରିଦର୍ଶନ କରି ଅତ୍ୟନ୍ତ ଖୁସି ହେଲେ ନୟାଗଡ ଜିଲ୍ଲାପାଳ

ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ଦଶ ପଇସାର ଅଜା ଦାସିଆ ଅଜାଙ୍କ ଦ୍ବାରା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନ କରି ଏବଂ ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଖୁବ୍ ଖୁସି ପ୍ରକଟ କରିଛନ୍ତି ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ । ଦେଶ ବିଦେଶର ସହ ସହ ପୁରାତନ ବିରଳ କଳାକୃତି, ପ୍ରାଚୀନ ତାଳପତ୍ର ପୋଥି ଓ ଲକ୍ଷାଧିକ ପୁସ୍ତକ ସମ୍ଭାରକୁ ଦେଖି ବିସ୍ମୟ ହୋଇ ପଡ଼ିଥିଲେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ। ଦାସିଆ ଅଜାଙ୍କ ନାତି ତଥା ପାଠାଗାର ଆନ୍ଦୋଳନର ସମ୍ପାଦକ ଦୀପକ ପଟ୍ଟନାୟକ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପାଠାଗାର ସଂଗ୍ରହାଳୟରେ ସଂଗୃହିତ…

Read More

ଦିବ୍ୟାଙ୍ଗଙ୍କ ଦ୍ବାରଦେଶରେ ପହଞ୍ଚିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଟିମ

ନୟାଗଡ,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମର ପାଦୁର୍ଭାବରେ ରାଜ୍ୟର ସମସ୍ତ ଜନତା ଅସ୍ତବ୍ୟସ୍ତ ।ଯେତେବେଳେ ସାଧାରଣ ଜନତାଟିଏ ଅନେକ ଅସୁବିଧାର ସମୁଖୀନ ହୋଇଥାଏ, ସେତେବେଳେ ଦିବ୍ୟାଙ୍ଗଙ୍କ କଥା କହିଲେ ନସରେ । ଏହି ପରିପ୍ରେକ୍ଷୀରେ, ସେହି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସ । ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଅଭିଯାନ ଆରମ୍ଭ କରି ସାରିଛନ୍ତି । ସୂଚନା ଅନୁସାରେ, ଚଳିତ ମାସ ଗତ ୨୨ରୁ ଆସନ୍ତା ୨୯ରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିବ । ପ୍ରାଧିକରଣ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଆବଶ୍ୟକତା ଆଦି ପଚାରି ବୁଝିବେ। ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ…

Read More