ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ବାଉଁଶିଆପଡା – ଇଟାମାଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ପାଳନ କରାଯାଇଛି। ଏଥିରେ ମଣ୍ଡଳରୁ ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜିଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳିଦାନଙ୍କୁ ନିରର୍ଥକ ଯିବାକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ। ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନଙ୍କ ଭାଷଣରେ ଅଭିଭୂତ ହୋଇ ମା’ମାନେ ହୁଳହୁଳି ତଥା ଭାଇମାନଙ୍କ ହରିବୋଲରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।ଆସନ୍ତା ଦିନରେ ପଞ୍ଚାୟତରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ମତ ପ୍ରକାଶ ପାଇଥିଲା। ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା…

Read More

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହେଉଛି ଶିକ୍ଷଣର ମୂଳ ପର୍ଯ୍ୟାୟ । ଏହାକୁ ଆଧାର କରି ଗତ କାଲି ଅନୁଷ୍ଠିତ ହୋଇଥିବା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ୧୫ଟି କ୍ଲଷ୍ଟରର ମନୋନୀତ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ମୌଳିକ ସଂଖ୍ୟା ଜ୍ଞାନ ସମ୍ପର୍କିତ ଅନୁଷ୍ଠିତ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,…

Read More

ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପୂଜା ଓ ହୋମ କାର୍ଯ୍ୟ ସମାପନ ହୋଇଛି । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଚେଷ୍ଟା ବଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ଭବନ ଉପର ମହଲାରେ ଏକ ସଭାଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିଥିଲା । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜି ବୈଦିକ ରୀତି ଅନୁସାରେ ହୋମ କାର୍ଯ୍ୟ ସମାପନ ହୋଇଛି । ଆଗାମୀ ଦିନରେ ଏହାକୁ ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଛି । ଆଜିର…

Read More

ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ସାଂସ୍କୃତିକ  ପ୍ରଶିକ୍ଷଣ ଓ ସାଧନ କେନ୍ଦ୍ର ବା ସିସିଆରଟି ପକ୍ଷରୁ ଆୟୋଜିତ ଏହି ୧୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ୮ଟି ରାଜ୍ୟରୁ ୪୩ ଜଣ ଶିକ୍ଷକ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ସନ୍ନିବେଶିତ ହସ୍ତକଳା କୌଶଳ ସମ୍ପର୍କରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଚଳିତ ମାସ ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କ୍ଷେତ୍ର ଅଧିକାରୀ ଦେବାନାରାୟଣ ରଜକ ଏବଂ ସହକାରୀ କ୍ଷେତ୍ର ଅଧିକାରୀ ତ୍ରିପାଳ ସିଂ ଠାକୁର ପରିଚାଳନା କରିଥିଲେ। ଓଡ଼ିଶାରୁ କେବଳ ନୟାଗଡ଼ ଜିଲ୍ଲା…

Read More

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡା ଓ ବିଭିନ୍ନ ଶିକ୍ଷା ଭିତ୍ତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଇତ୍ୟବସରରେ ପୁରସ୍କୃତ କରାଯାଇଥିଲା। ଆଜିର ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ.ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି, ଖ୍ୟାତି ସମ୍ପନ୍ନା ଲେଖିକା ବସିରନ୍ ବିବି ମୁଖ୍ୟବକ୍ତା, ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ବ୍ୟଙ୍ଗବିଦୂଷ ବ୍ରଜ ବିହାରୀ ସୁବୁଦ୍ଧି, ଆଲୁମିନି ସଭାପତି ଭଗବାନ୍ ଜେନା ଓ ସ୍କୁଲ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ପୂର୍ଣ ସଭାକାର୍ଯ୍ୟକୁ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ…

Read More

ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ଆୟୋଜିତ ହୋଇଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ  ତଥା ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ସସ୍ମିତା ନାୟକ ଉପସ୍ଥିତ ରହି ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ଵ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାପାଇଁ ପ୍ରବର୍ତ୍ତାଇ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ସକିଲା ଜମାଲ ଆତ୍ମରକ୍ଷା ପ୍ରଶିକ୍ଷଣର ଉପାଦେୟତା ବିଷୟରେ ଆଲୋଚନା କରି ଏହାର ସଦ୍ ବିନିଯୋଗ କରିବାପାଇଁ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀ କୃଷ୍ଣାକୁମାରୀ ଦାଶ ବର୍ତ୍ତମାନ ସମୟରେ…

Read More

ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜୟଦୁର୍ଗା କ୍ଳବର ୨୪ତମ ବାର୍ଷିକ ଉତ୍ସବରେ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେଡି ମୁଖପାତ୍ର ଇରାନି ରାୟ  ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଯାପନୀ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ନାମେଣ୍ଟରେ ରାଜ୍ୟସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଖେଳାଳିମାନେ ଯୋଗ ଦେଇଥିଲେ । ଯାହାକି ଖେଳକୁ ଆକର୍ଷଣୀୟସହ ରୋମାଞ୍ଚକର କରିଥିଲା । ଏଥିରେ ୪ଗୋଟି ଦଳ ଭାଗ ନେଇଥିଲେ । ଯଥା – କିଟ୍ କୟୁନିଭରସିଟି, ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଭୁବନେଶ୍ୱର, ପୁରୀ କ୍ଳବ୍ (ପୁରୀ), ସୂର୍ଯ୍ୟଶିଖା  ଭଦ୍ରକ। ଫାଇନାଲରେ ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଏବଂ ସୂର୍ଯ୍ୟଶିଖା ଭଦ୍ରକକୁ ହରାଇ ୨-୧ ବ୍ୟବଧାନରେ ସେଟ୍ ଜିତି ଚାମ୍ପିଅନ ହୋଇଥିଲା। ନୟାଗଡ ବ୍ଲକ…

Read More

ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ପ୍ରତିନିଧି ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଯୋଗଦାନ କରିଥିବା ଶିକ୍ଷାଧିକାରୀଙ୍କୁ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରାଥମିକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ, ଭକ୍ତ ରଞ୍ଜନ ମିଶ୍ର, ଶେଖ ଅବଦୁଲ ଖାଲିକ,ବିଭୁତି ଭୂଷଣ ସାହୁ,ସୁରେଶ ଚନ୍ଦ୍ର ସେଠି, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ସାହୁ, ସଲିମ ଇବ୍ରାହିମ,ଉମେଶ ସ୍ୱାଇଁ, ରବୀନ୍ଦ୍ର ସାହୁ, ଭଗବାନ ପଣ୍ଡା ପ୍ରମୁଖ ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।ସୂଚନାଯୋଗ୍ୟ ଯେ ଏଠାରେ ଜିଲ୍ଲା ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ରାଜଶ୍ରୀ…

Read More

କବିସୂର୍ଯ୍ୟ ସଦାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୭ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସାମଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଅନାଦି ଚରଣ ମହାନ୍ତି, ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ, ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ସାହୁ, ପୂର୍ଣଚନ୍ଦ୍ର ଶତପଥୀ, ପ୍ରଫୁଲ୍ଲ କୁମାର ନାୟକ, ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ସୁଦର୍ଶନ ସାହୁ, ଅଶୋକ ମଲ୍ଲ, ଶରତ ନାୟକ ପ୍ରମୁଖ ଯୋଗଦାନ କରି କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ…

Read More

ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ କ୍ରିଷ୍ଣା କୁମାର ଅଗ୍ରୱାଲ। ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଢୌକନ ପ୍ରଦାନ କରାଯିବା ସହିତ ରାମଚନ୍ଦ୍ର ସାହୁ (ଚକ୍ଷୁ ବିଶେଷଜ୍ଞ)ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଅଭିଜ୍ଞ…

Read More