ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତ ବର୍ଷରେ ସ୍କାଉଟ ଗାଇଡ଼ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ ନଭେମ୍ବର ୭ଦିନ ପ୍ରତିଷ୍ଠା ହୋଇଥିବାରୁ ଆଜିର ଦିନକୁ ପ୍ରତିଷ୍ଠାଦିବସ ଭାବେ ପାଳନକଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ସହ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ ଓ ଗାଇଡ଼ କ୍ୟାପଟେନ ଅବନ୍ତୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟକୁ ବୁଝାଇଥିବାବେଳେ ନୂତନ ପିଲାଙ୍କୁ ସେବା ମୂଳକ କାର୍ଯ୍ୟପାଇଁ ପ୍ରବର୍ତ୍ତାଇବା ସହିତ ଏଭଳି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ସେହିଭଳି ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ ଙ୍କ ତତ୍ୱାବଧାନରେ ୧୫ରୁ ଅଧିକ ଗାଇଡ଼ମାନେ ନିଜ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସ ପାଳନ କରିବା ସହିତ ଉଭୟ ବିଦ୍ୟାଳୟର ଗାଇଡ଼ମାନେ ୭୫ବର୍ଷ ପ୍ରତିଷ୍ଠା ଦିବସର ଟୋକନ ଫ୍ଲାଗ…
Read MoreCategory: ଓଡ଼ଗାଁ ବ୍ଲକ
ରୋହିବାଙ୍କରେ ଓଡଗାଁ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କରେ ଓଡଗାଁ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡଗାଁ ବ୍ଲକର ୪ ଟି ଜୋନ ଯଥା ଓଡଗାଁ, ଶରଣକୁଳ, ଗୋଡିପଡା ଓ ରୋହିବାଙ୍କରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସିଥିବା ୧୬୮ଜଣ ପ୍ରତିଯୋଗୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ରୋହିବାଙ୍କ ପଞ୍ଚାୟତ ସରପଞ୍ଚ ମହନ୍ତ ବେହେରା, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, କୋମଣ୍ଡ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳ ପ୍ରାୟ ବିଭିନ୍ନ ବିଦ୍ୟାଳୟରୁ ୧୮ଜଣ ଶାରୀରିକ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ…
Read Moreସବୁଜ ଦୀପାବଳି ପାଇଁ ବାର୍ତ୍ତା ଦେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଲୋକର ପର୍ବ ଦୀପାବଳୀକୁ କିଛି ଭିର୍ଣ୍ଣ ଢଙ୍ଗରେ ପାଳନ କରିବା ପାଇଁ ବାର୍ତ୍ତା ଦେଲେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ଭାରତ ସରକାରଙ୍କ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ବିଭାଗ ଓ ଓଡିଶା ସରକାରଙ୍କ ପରିବେଶ ଶିକ୍ଷା ଓ ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସୂଚନା କ୍ରମେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଛାତ୍ରଛାତ୍ରୀନେଇ ପ୍ରଥମେ ମାଟିରେ 50 ରୁ ଅଧିକ ଦ୍ବୀପ ତିଆରିକରି ଥିଲେ। ତାପରେ ଦ୍ବୀପଗୁଡିକୁ ଖରାରେ ଶୁଖାଯାଇଥିଲା। ଏହା ସହିତ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲକ୍ଷ୍ମୀ ଦଳେଇ, ଶିକ୍ଷକ ସନ୍ତୋଷ ନାହାକ, ରାଧାଗୋବିନ୍ଦ ନାୟକ, ସୂଯ୍ୟମଣି ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶପଥ ପାଠ କରାଇଥିଲେ। ଶେଷରେ ଶ୍ରୀ…
Read Moreଓଡ଼ଗାଁ ଅଞ୍ଚଳରୁ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ଗିରଫ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଅଞ୍ଚଳର ୩ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୬୦ ହଜାର ଟଙ୍କା ସମେତ ଗୋଟିଏ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର,୪ ଗୋଟି ମଟର ସାଇକେଲ, ୯ ଗୋଟି ସ୍ମାର୍ଟ ଫୋନ, ୨ ଗୋଟି ସାଧା ଫୋନ, କଟୁରୀ ଓ ପେଚକସ ଜବତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାପିଠା ସରକାରୀ ଠିପି ଖୋଲା ବିୟର ବାର, ଅପର ପାଶ୍ୱର୍ରେ ଥିବା ସିନେମାହଲ ନିକଟବର୍ତ୍ତୀ ଠିପି ବନ୍ଦ ସରକାରୀ ମଦ ଦୋକାନ ଓ ବାଘୁଆ ସରକାରୀ ମଦ ଦୋକାନରୁ ସିରିଜ ଚୋରି ଘଟଣାରେ ଓଡ଼ଗାଁ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୭ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଅଞ୍ଚଳର…
Read Moreବାଉଁଶିଆ ଚୋରୀର ପଦ୍ଦାର୍ଫାସ, ଦୁଇ ଗିରଫ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଶ୍ରୀ ରଥ ଥାନାରେ ଆସି ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା କେସ ନଂ ୨୨୧/ତା ୮.୧୦.୨୫ ରିଖ ରେ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା।ଆଜକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ଏହି ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହିଦିନ ଠାରୁ ଶରଣକୁଳ ପୋଲିସ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ଶରଣକୁଳ…
Read Moreକ୍ଲଷ୍ଟର୍ ସ୍ତରୀୟ ସୁରଭି ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଶାବାରୀ କ୍ଲଷ୍ଟର୍ ସିଆରସିସି ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ଶିଶୁମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ଲଷ୍ଟର୍ ଅନ୍ତର୍ଗତ ଚାରିଟି ପଞ୍ଚାୟତର ଚଉଦଟି ବିଦ୍ୟାଳୟରୁ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏକଶହ ପଚାଶ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଶିକ୍ଷାବିତ୍ ଦାମୋଦର ଖିଲାର, ସାରସ କୁମାର ମିଶ୍ର, ପ୍ରଦୀପ୍ତ କୁମାର ନାୟକ,ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡ.ଦେବୀପ୍ରସାଦ ପଣ୍ଡା, ସଂଗୀତ ଶିକ୍ଷକ ସବ୍ୟସାଚୀ ମିଶ୍ର, ବିଶିଷ୍ଟ କଳାକାର ପଞ୍ଚାନନ ସାହୁ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ସୁରଭି କାର୍ଯ୍ୟକ୍ରମର ଦଳଗତ ନୄତ୍ୟ ଦେଖିବାକୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଜମିଥିଲା।ଉକ୍ତ କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ମହାନ୍ତି,ସିଆରସିସି ନରେଶ ପାଣିଗ୍ରାହୀ,ମଶାବାରୀ…
Read Moreକଦଳୀବନ୍ଧ ରେ ପୋଷାକ ବିତରଣ ଉତ୍ସବ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ , ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର କିରାଣୀ ବିମଳ ବାରିକ, ଲକ୍ଷ୍ମଣ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମିନତୀ ଡାକୁଆ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପରିବେଶ ସବୁଜିମା ହୋଇଥିବା ସହିତ ଶ୍ରେଣୀ କକ୍ଷ ଗୁଡ଼ିକରେ ସ୍ୱଳ୍ପ ମୂଲ୍ୟ ଓ ଅଦରକାରୀ ଜିନିଷରେ ହାତତିଆରି ଶିକ୍ଷଣସାମଗ୍ରୀ ଓ ମଧ୍ୟାହ୍ନ ଭୋଜନ ବଗିଚା ଦେଖି ଅତିଥି ମାନେ ଖୁସି ହୋଇଯାଇଥିଲେ।ଉଚ୍ଚନୀଚ ମନୋଭାବ ଓ ଧନୀ ଗରିବ ମନୋଭାବକୁ ତ୍ୟାଗକରି ସଭିଙ୍କ ମନରେ ସମାନତା ଭାବ…
Read Moreଲୋକ ନୋଡ଼ାଲ ବିଦ୍ୟାପୀଠରେ “ଦ୍ୱିତୀୟ ଏକକ ପରୀକ୍ଷା’ ଫଳ ପ୍ରକାଶନ ଉତ୍ସବ ପାଳିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ଦ୍ଵିତୀୟ ଏକକ ପରୀକ୍ଷାର ଫଳ ପ୍ରକାଶନ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୈାରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶରଣକୁଳ କ୍ଳଷ୍ଟରର ସିଆରସିସି ରାଜକିଶୋର ନାୟକ ଯୋଗ ଦେଇଥିଲାବେଳେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ପ୍ରଧାନ ଯୋଗଦେଇଥିଲେ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା ଆରମ୍ଭ ହୋଇଥିଲା। ତପିରେ ଶ୍ରେଣୀ ଅନୁସାରେ ଫଳ ପ୍ରକାଶ କରାଯାଇ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧଧିକାର କରିଥିବା ଛାତ୍ରଛାତୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ସଂଯୋଜନା…
Read Moreଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏବିଭିପିର ଦାବି ପତ୍ର ପ୍ରଦାନ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, କୁରାଳ ଓଡ଼ଗାଁର ବିଦ୍ୟାର୍ଥୀ ମାନେ ନିଜ ମିହାବିଦ୍ୟାଳୟର କିଛି ସମସ୍ୟାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ଅଧକ୍ଷଙ୍କୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷଙ୍କ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏହି ଦାବିପତ୍ରକୁ ପଠାଯିବ। ୬ଦଫା ଦାବିପତ୍ରରେ ମହାବିଦ୍ୟାଳୟର ପ୍ରତି ପାର୍ଶ୍ଵରେ ପ୍ରାଚୀର ନିର୍ମାଣ, ଛାତ୍ର ସାଧାରଣ କକ୍ଷର ନିର୍ମାଣ, ଶୌଚାଳୟର ଉନ୍ନତି କରଣ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି, ମହାବିଦ୍ୟାଳୟ ନିମନ୍ତେ ଏକ ଖେଳ ପଡିଆର ନିର୍ମାଣ ଆଦି ବିଷୟ ଉଲ୍ଲେଖ କରାଯାଇଛି। ପ୍ରକାଶ ଥାଉକି ଯେ ମହବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଦସ୍ତଖତ ଅଭିଯାନ କରାଯାଇ ପ୍ରମୁଖ ଅସୁବିଧା ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରାଯାଇଅଛି। ଦାବି ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ଛାତ୍ର…
Read Moreଓଡ଼ଗାଁ ରଘୁନାଥଜୀଉଙ୍କ ହୁଣ୍ଡି ଖୋଲିଲା, ୩ ଲକ୍ଷ ୬୭ହଜାର ୪୪୪ ଟଙ୍କା ଆଦାୟ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି।ହୁଣ୍ଡି ମଧ୍ୟରୁ ନଗଦ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ସମେତ ସୁନା ୧୪୧ ମିଲିଗ୍ରାମ,ରୁପା ୪୦୦ ମିଲିଗ୍ରାମ ଓ ୪୦୦ ଗ୍ରାମର ଗୋଟିଏ ଘଣ୍ଟି ମିଳିଥିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଅଛି।ଏଥିରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଜ୍ୟୋସ୍ନା ଦେଇ,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର,ସୁଆର ପରିଷଦ ସଭାପତି ସୁବ୍ରତ କୁମାର ପଣ୍ଡା,ସମ୍ପାଦକ କାର୍ତ୍ତିକଚନ୍ଦ୍ର ପଣ୍ଡା, ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।ସୂଚନା ଥାଉ କି ୨୦୨୫ ମସିହା ଫେବୃଆରୀ ମାସ ୨୧ ତାରିଖରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡିରୁ…
Read More