ନୟାଗଡ଼ରେ ବିଶ୍ୱ ଗୃହ ହୀନ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ‘ମୈତ୍ରୀ ଯୁବ ସଂସଦ’ ଓ ‘ସୋହମ’ର ମିଳିତ ଆନୁକୂଲ୍ୟରେ DU Camping-Odisha ଆହ୍ୱାନରେ ବିଶ୍ୱ ଗୃହହୀନ ଦିବସ ନୟାଗଡ଼ ସହର ଉପକଣ୍ଠ ମୁଥାଗାଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୈତ୍ରୀର ସଂପାଦକ ପ୍ରଦୀପ କୁମାର ସାହୁ, ବିଶ୍ୱରେ ବହୁତ ବ୍ୟକ୍ତି ବାସହୀନ ରୂପେ ବାସ କରୁଛନ୍ତି ଏବଂ ଆମ ଭାରତରେ ଏହି ସଂଖ୍ୟାର ୧୭.୭୩ ଲକ୍ଷ ବୋଲି ପ୍ରକାଶ କରିଥିଲେ । ଯେଉଁ ଲୋକମାନେ ମୁକ୍ତ ଆକାଶ ତଳେ ଖୋଲାରେ ରହୁଛନ୍ତି । ସେମାନଙ୍କ ଜୀବନ ଅସୁରକ୍ଷିତ, ସେମାନେ ଅତ୍ୟାଚାରୀତ, ଲାଞ୍ଛିତ ଓ ଦୁର୍ବିସହ ଜୀବନ ଯାପନ କରିଥାନ୍ତି । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସବୁ ବ୍ୟକ୍ତି ବିଶେଷ ଘରଟିଏ ପାଇବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ବିଷୟରେ ପିଲାମାନଙ୍କ ଦ୍ୱାରା କୋଭିଡ ନିୟମକୁ ପାଳନ ପୂର୍ବକ…

Read More