ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଗୋଲେଇ ଛକଠାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ନୟାଗଡ଼ ତରଫରୁ ସଡ଼କ ସୁରକ୍ଷା ସଚେତନତା ଓ ମାଗଣା ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଭୁ ରଞ୍ଜନ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ରହି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିଥିଲେ। ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ ପିନ୍ଧିବା, ଅତ୍ୟଧିକ ବେଗରେ ଯାନ ନ ଚଳାଇବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର…
Read MoreBlog
ଜିଲ୍ଲା ପାଠାଗାର ‘ଅଧ୍ୟୟନ’ର ସମସ୍ୟା ଶୁଣି ତୁରନ୍ତ ପହଞ୍ଚିଲେ ପୌର ନିର୍ବାହୀ ଅଧିକାରୀ: ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦେଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପାଠାଗାର “ଅଧ୍ୟୟନ”ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଛି। ପାଠାଗାରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା କ୍ଷଣି ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସ୍ନେହଲତା ଆଚାର୍ଯ୍ୟ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏହାସହ ଛାତ୍ରଛାତ୍ରୀଙ୍କ ସହ ମୁହାଁମୁହିଁ ଆଲୋଚନା କରି ସମସ୍ତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ତଥା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କାର୍ଯ୍ୟକ୍ଷମ ଥିବା “ଅଧ୍ୟୟନ” ପାଠାଗାରରେ ଗତ କିଛି ଦିନ ଧରି ୱାଇ-ଫାଇ (Wi-Fi) ସଂଯୋଗ ବ୍ୟାହତ ହେବା ସହ ସିସିଟିଭି (CCTV) ନିରୀକ୍ଷଣ ବ୍ୟବସ୍ଥା ଆଦି କେତେକ ଆନୁଷଙ୍ଗିକ ଅସୁବିଧା ଲାଗିରହିଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ…
Read Moreନୟାଗଡ଼ରେ ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ପାଳିତ, ବିଦ୍ୟାଳୟ ପରିସର ସଫେଇ ସହ ବୃକ୍ଷରୋପଣ ଓ ସ୍ୱଚ୍ଛତା ଶପଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଠାରୁ ଏକ ମାସ ବ୍ୟାପୀ ଚାଲିଥିବା ‘ସ୍ୱଚ୍ଛତା ହିଁ ସେବା ଉତ୍ସବ’ ଅବସରରେ ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଡିଓ ଐଶ୍ୱର୍ଯ୍ୟା ଭୂଇଁୟା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦଳବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ, ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ବ୍ଲକ୍ ସହକାରୀ ଯନ୍ତ୍ରୀ ମୋନାଲିସା ଶତପଥୀ, ବ୍ଲକ୍ ବିଆର୍ସି ଦୀପକ କୁମାର ପଟ୍ଟନାୟକ, ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ…
Read Moreନୟାଗଡ଼ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ (ଆଇଏଏସ୍) ଓ ଡେପୁଟି ଡାଇରେକ୍ଟର ଶ୍ରୀ ଚନ୍ଦନ କୁମାର ରଥ ମଙ୍ଗଳବାର ନୟାଗଡ଼ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାକାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ସେମାନେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା; ପିଏମ୍ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼; ପିଏମ୍ ଶ୍ରୀ ଏନ୍ଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼; ପିଏମ୍ ଶ୍ରୀ ହାଇଅର ସେକେଣ୍ଡାରୀ ଉଚ୍ଚ ବିଦ୍ୟାଳୟ, ମହୀପୁର; ପିଏମ୍ ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ ଆର୍ସି ଉଚ୍ଚ ବିଦ୍ୟାଳୟ, ଖଣ୍ଡପଡ଼ା ଆଦି ପରିଦର୍ଶନ କରିଥିଲେ। ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ସହ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟଣ ଉପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ…
Read Moreନଭେମ୍ବର ୧୫ରେ ନାଟକ ‘କୁଆଁରୀ କୋଠି’
‘ତୃତୀୟ ନୟନ’ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମରେ ହେବ ମଞ୍ଚସ୍ଥ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖରେ ପଠାଣି ସାମନ୍ତ ଅଡିଟୋରିୟମରେ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ କରାଯିବ। କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏହି ନାଟକକୁ ନାଟ୍ୟକାର ଗଦାଧର ନନ୍ଦ ନିର୍ଦ୍ଦେଶନା ଦେବେ। ଅନୁଷ୍ଠାନର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନାଟକ ମଞ୍ଚସ୍ଥ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ନାଟକଟି ଦର୍ଶକମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେବ ବୋଲି କଳାକାରମାନେ ଆଶା ପ୍ରକାଶ କରିଛନ୍ତି। ଅକ୍ଟୋବର ୪ ତାରିଖ ସନ୍ଧ୍ୟାରେ ଶିକ୍ଷକ ଭବନଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରବୀଣ କଳାକାର ମିଷ୍ଟର କାଳିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ପ୍ରଦୀପ୍ତ ଡାକୁଆ, ସୁଦର୍ଶନ ରାଉତ, ନିରଞ୍ଜନ ସାହୁ, ପ୍ରତାପ ସାହୁ,…
Read Moreନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଦୂର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
୧୧ ଦଫା ପ୍ରସ୍ତାବ ରଖିଲା ‘ଜୟ ନୟାଗଡ଼ ଫାଉଣ୍ଡେସନ’; ୮ ତାରିଖରେ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ସହ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାର ସମାଧାନ ଓ ରୋଗୀସେବାକୁ ଅଧିକ ସୁଦୃଢ଼ କରିବା ଦାବିରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା କରିବା ସହ ୧୧ ଦଫା ପ୍ରସ୍ତାବ ଦାବିପତ୍ର ଆକାରରେ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ହୋଇଥିବାବେଳେ ଡାକ୍ତରଙ୍କ ଅଭାବ, ଆବଶ୍ୟକ ପରୀକ୍ଷା ଉପକରଣର ଅଭାବ ଓ…
Read More‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନରେ ୮ ଅକ୍ଟୋବର ୧୨ ଘଣ୍ଟିଆ ବନ୍ଦ
ନୟାଗଡ଼ ସଦର ମହକୁମା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଆହ୍ୱାନରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ପକ୍ଷରୁ ନୟାଗଡ଼ ଜିଲ୍ଲା ସଦର ମହକୁମା ବନ୍ଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୮ ଅକ୍ଟୋବର ଗୁରୁବାର ୧୨ ଘଣ୍ଟିଆ ବନ୍ଦକୁ ସଫଳ କରିବା ନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ବନ୍ଦ ସମୟରେ ଚକ-ଅଖ, ଦୋକାନ ବଜାର, ସ୍କୁଲ-କଲେଜ, ବ୍ୟାଙ୍କ, ଇନ୍ସୁରାନ୍ସ, ଡାକ ବିଭାଗ ଓ କୋର୍ଟ-କଚେରୀ ଆଦି ବନ୍ଦ ରଖିବା ସହ ରେଳ ଚଳାଚଳ ମଧ୍ୟ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ…
Read Moreନୟାଗଡ଼ରେ ନୂଆ ଡିଏଲଓଙ୍କ ଦାୟିତ୍ୱ ଗ୍ରହଣ, ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁଙ୍କର ନବରଙ୍ଗପୁରକୁ ବଦଳି ହୋଇଥିବାବେଳେ ନୟାଗଡ଼ରେ ଦୁଇଜଣ ନୂତନ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ଯୋଗଦେଇଛନ୍ତି। ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚିତା ସାହୁ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂତନ ଡିଏଲଓମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ନୂତନ ଡିଏଲଓମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ଶୂନ୍ୟଜୟୀ ମିଶ୍ର, ମହାସଚିବ ବସୁଦେବ ମହାନ୍ତି, ବରିଷ୍ଠ ସଭ୍ୟ ରଘୁନାଥ…
Read Moreଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର: ‘ମୋ ସ୍ବପ୍ନର ନୟାଗଡ଼’, ଜୋର ଧରିଲା ମେଡିକାଲ କଲେଜ ସ୍ଥାପନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ସାମ୍ବାଦିକ ସଂଘ। ସ୍ଥାନୀୟ କେସି କ୍ଳବ ସଭାଗୃହଠାରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ପରିପ୍ରେକ୍ଷୀରେ ମେଡିକାଲ କଲେଜ ସ୍ଥାପନ ଜୋର ଧରିଛି। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ସରଗରମ ଆଲୋଚନାରେ ଭାଗ ନେବା ସହିତ ଜିଲ୍ଲାର ଅଭିବୃଦ୍ଧି ପାଇଁ ନିଜ ନିଜର ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।ଆଲୋଚନା ସମୟରେ ଉପସ୍ଥିତ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲାର ପ୍ରମୁଖ ସମସ୍ୟା ସହିତ ମେଡିକାଲ କଲେଜ ସ୍ଥାପନ ଦାବି ଉପରେ ସରଗରମ ଆଲୋଚନା ହୋଇଥିଲା। ଅନ୍ୟାନ୍ୟ ଆଲୋଚନା ମଧ୍ୟରେ ପିଇବା ପାଣି, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ ଓ…
Read More୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ
ଆଜି ଥିଲା ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ୮ ଅକ୍ଟୋବରରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ନୟାଗଡ଼ ପିଡବ୍ଲ୍ୟୁଡି ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଣଜିତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ଦାବି ରହିଥିଲା। ଓଡ଼ିଶାରେ ୮ ଅକ୍ଟୋବର ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ଆହ୍ୱାନ…
Read More