ବିଭିନ୍ନ ପଞ୍ଚାୟତରେ ବିଜେପିର ନିର୍ବାଚନୀ ରାଲି ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକର ବିଜିପୁର, ପଦ୍ମାବତୀ ଓ ବାଉଁଶବାଟି ପଞ୍ଚାୟତ ରେ ବୁଧବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ରାଲି ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ପ୍ରଥମେ ବିଜିପୁର ସାଇ ମନ୍ଦୀର ପରିସରରୁ ହଜାର ହଜାର ଦଳୀୟ ମହିଳା ଓ ପୁରୁଷ କର୍ମୀମାନଙ୍କ ଗହଣରେ ବିଜେପି ବିଧାୟକ ପ୍ରାର୍ଥି ଦୁଷ୍ମନ୍ତ ସ୍ବାଇଁ, କଟକ ଲୋକସଭା ସାଂସଦଙ୍କ ପୁଅ ଲୋକରଞ୍ଜନ ମହତାବ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡା, ବିଜେପି ସଂଗଠକ ଜିତେନ୍ଦ୍ର କୁମାର ରଣସିଂହ, ପୂର୍ବତନ ସରପଞ୍ଚ କୈଳାଶ ଚନ୍ଦ୍ର ରାଉତରାୟ, ଯୁବ ସଂଗଠକ ଶଶୀଭୂଷଣ ରାଉତରାୟ, ସରପଞ୍ଚ ବାସନ୍ତୀ ପରିଡା, ସମିତି ସଭ୍ୟା ମଧୁସ୍ମିତା ମହାନ୍ତି, ଫତେଗଡ ପଞ୍ଚାୟତ ପୂର୍ବତ୍ତନ ସରପଞ୍ଚ ତୋଫାନ କୁମାର ପ୍ରଧାନ, କେନ୍ଦୁପଲ୍ଲୀ ପଞ୍ଚାୟତ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ ଦୀପକ କୁମାର ଜେନା, କରବର ପଞ୍ଚାୟତ ପୂର୍ବତ୍ତନ ସରପଞ୍ଚ ଲୋକନାଥ ପଢ଼ିଆରୀ, ପୂର୍ବତନ ମହିଳା ସଭାନେତ୍ରୀ ଶୈଳେନ୍ଦ୍ରୀ ସାହୁ, ଯୁବ ସଂଗଠକ ଯୋଗେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀକାନ୍ତ କୁମାର ସାହୁ, ଖଗେଶ୍ବର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।

ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ଶକ୍ତି ପ୍ରଦର୍ଶନ କରିଥିଲେ।ଏନେଇ ବିଧାୟକ ପ୍ରାର୍ଥି ଦୁଷ୍ମନ୍ତ ସ୍ବାଇଁ କୁହନ୍ତି ଭାପୁରରେ ହଜାର ହଜାର ଦଳୀୟ କର୍ମୀଙ୍କ ସମାଗମ ଭାରତୀୟ ଜନତା ପାର୍ଟି ର ଶକ୍ତି ବୃଦ୍ଧି ହେବା ସହ ଦଳକୁ ଅଧିକରୁ ଅଧିକ ମଜଭୁତ କରିବ। ସେହିପରି ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ପରିଡା କୁହନ୍ତି ଭାପୁର ବ୍ଲକ ସାଧାରଣ ନିର୍ବାଚନରେ ସଦାସର୍ବଦା ନିର୍ଣ୍ଣାୟକ ତଥା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସମୟରେ ଚଳିତ ନିର୍ବାଚନରେ ପୂର୍ବାପେଖ୍ୟା ଆହୁରି ଅଧିକ ଭଲ କରିବ ବୋଲି ଶ୍ରୀ ପରିଡା ତାଙ୍କ ବକ୍ତବ୍ୟ ରେ କହିଥିଲେ।ସେହିପରି ସଂଗଠକ ଜିତେନ୍ଦ୍ର କୁମାର ରଣସିଂହ କୁହନ୍ତି ଏଥର ଖଣ୍ଡପଡାରେ ପଦ୍ମ ଫୁଟିବ।

Related posts