ନୟାଗଡ଼ ବିଜେପି ପକ୍ଷରୁ ରାଜବାଟିରେ ମିଶ୍ରଣ ପର୍ବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିକାଶର ଆଶା ନେଇ ପରିବର୍ତ୍ତନର ଆହ୍ୱାନ ଦେଲେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ନୟାଗଡ଼ ବିଜେପିର ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱ ଉପରେ ଆସ୍ଥା ରଖି ଭୟମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଢି ତୋଳିବା ପାଇଁ ପୁରୁଣା ରାଜବାଟୀ ଠାରେ ଘଡୁଆଳ ଗ୍ରାମପଞ୍ଚାୟତର ବୃନ୍ଦାବନପୁର ଗ୍ରାମ, ଖୁଟୁବନ୍ଧ ଗ୍ରାମପଞ୍ଚାୟତ, କ୍ରୀଦାଶପୁର ଗ୍ରାମ ପଞ୍ଚାୟତର କଞ୍ଚନବିଲି, ଗୌଡ଼ପୁଟ ଗ୍ରାମପଞ୍ଚାୟତ, ଓଡଗାଁ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧, ଗିରିଡ଼ିପଲ୍ଲୀ ଗ୍ରାମର ମଦନପୁର ଗ୍ରାମର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଉ ପ୍ରତ୍ୟୁଷା କହିଛନ୍ତି ନୟାଗଡ଼ରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଲଢେଇରେ ଆପଣମାନେ ମୋତେ ସହଯୋଗ କରନ୍ତୁ । ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି।

Related posts