ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ରାଜ୍ଯ ନୁହେଁ ଦେଶ ନୁହେଁ ସମଗ୍ର ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଏହି ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା, ଅର୍ଚ୍ଚନା ଗୁରୁମା, ଅନ୍ନପୂର୍ଣ୍ଣା ଗୁରୁମା, ଅନିତା ଗୁରୁମା ଓ ରୋଜାଲିନ ଗୁରୁମା ଯୋଗଦେଇ ଛେନାପୋଡ଼ର ଉତ୍ପତ୍ତି ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ଛେନାପୋଡ଼ ବଣ୍ଟନ କରାଯାଇ ଥିଲା।
Related posts
-
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ... -
ୟୁନିଟେକ ମହାବିଦ୍ୟାଳୟରେ ‘ଔଷଧର ଦୁର୍ବ୍ୟବହାର ଓ ନିଶା ନିବାରଣ” ଉପରେ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ... -
ନୟାଗଡ଼ରେ ଜାତୀୟ ଆଇନ ସେବା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବାସୀଙ୍କୁ ସ୍ୱଳ୍ପ ସମୟ ଏବଂ ବିନା ମୂଲ୍ୟରେ ନ୍ୟାୟ ଯୋଗାଇବା ଉଦେଶ୍ୟରେ ନଭେମ୍ବର ୯ ତାରିଖ...