ବାଲୁଗାଁର ୧୭ବିରୋଧି ନେତା ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିରୋଧୀ ଦଳର ଅନେକ ନେତା ଶଙ୍ଖ ଫୁଙ୍କିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ନୟାଗଡ଼ ବିକାଶରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବାଲୁଗାଁ ଗ୍ରାମ ପଞ୍ଚାୟତର ୧୭ ଜଣ ଆଗ ଧାଡିର ବିରୋଧୀ ନେତା ମାନେ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ନେତ୍ରୀ ତଥା ନୟାଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ବିଜେଡି ନେତା ଶିବଶଙ୍କର ମହାନ୍ତି ଓ ଲକ୍ଷ୍ମୀପ୍ରସାଦ ସରପଞ୍ଚ ନିରଞ୍ଜନ ବିଧାର ପ୍ରମୁଖ ଉପସ୍ଥିତ ରହିଥିଲେ । ବିରୋଧୀ ଦଳର ପ୍ରମୁଖ ନେତା ମାନେ ହେଲେ କେଶବ ଦଳବେହେରା, ପ୍ରକାଶ ଚନ୍ଦର ସାହୁ, ପୁର୍ଣ୍ଣଚନ୍ଦ୍ର ଦଳବେହେରା, ହୃଷିକେଶ ଦଳବେହେରା, ଟଙ୍କଧର ଦଳବେହେରା, ପ୍ରଭାତ କୁମାର ଜେନା, ଦିବାକର ଗଡୁ, ଅଚ୍ୟୁତ ବେହେରା, କୈଳାସ ନାୟକ, ଲକ୍ଷ୍ମୀଧର ନାୟକ, ବିନୋଦ କୁମାର ପ୍ରଧାନ, ଅକ୍ରୁର ପ୍ରଧାନ, କାବୁଲି ପ୍ରଧାନ, ଦାଶରଥି ଡାକୁଆ, ଧନେଶ୍ୱର ନାୟକ, ଟିମା ନାୟକ ଓ ବୁବୁଲୁ ସ୍ୱାଇଁ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବେ ବୋଲି ପ୍ରକାଶ କରିଛନ୍ତି ।

Related posts