ପ୍ରତ୍ୟାହୃତ ହେଲା ନୟାଗଡ଼ ସ୍ବୟଂସାଶିତ ମହାବିଦ୍ୟାଳୟର କର୍ମଚାରୀଙ୍କ ଆନ୍ଦୋଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂସାଶିତ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୬୪ଜଣ କର୍ମଚାରୀ ଗତ ୨୨ତାରିଖରୁ ବିଭିନ୍ନ ଦାବି ନେଇ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ । ଆଜି ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ନୟାଗଡ଼
ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ କର୍ମଚାରୀମାନେ
ସେମାନଙ୍କର ଦାବି ସହିତ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି।
ଏନେଇ ଆଜି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ କୁମାର ନାୟକଙ୍କ କାର୍ଯ୍ୟାଳୟରେ ପରିଚାଳନା କମିଟି ସଭ୍ୟମାନଙ୍କ ଦ୍ବାରା ଏକ ଆପୋଷ ଆଲୋଚନା ବୈଠକ ଅନୁଷ୍ଠିତ କରାଯାଇଥିଲା।

ଗତ ୨୦୨୩ ମସିହା ଜୁଲାଇ ମାସରୁ ସେମାନଙ୍କର ବର୍ଦ୍ଧିତ ଦରମା ଲାଗୁ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହିତ ବାର୍ଷିକ ସାମୂହିକ ବେତନ ଲାଗୁ କରାଯିବ ବୋଲି ସୁଚନା ମିଳିଛି । ୮ଦିନ ଧରି ବସିଥିବା ଆନ୍ଦୋଳନର ସମସ୍ତ ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିଛି। ଆଜିର ଏହି ଆପୋଷ ଆଲୋଚନାରେ ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟିର ସଭ୍ୟ ଏମ୍.ଆଉରଙ୍ଗଜେବ, ରାଜେନ୍ଦ୍ର କୁମାର ସାମନ୍ତରାୟ, ସୌଦାମିନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କର ପକ୍ଷରୁ ସୂର୍ଯ୍ୟମଣି ପ୍ରଧାନ, ପ୍ରଶାନ୍ତ କୁମାର ପରିଡ଼ା, ସ୍ମିତା ସ୍ବାଇଁ, ବୈଶାଳୀ ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଲୋଚନା ସଫଳ ହୋଇଥିବାରୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି ବୋଲି ସୁଚନା ମିଳିଛି ।

Related posts