ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ପରିସରରେ ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଖୁବ ଆଗ୍ରହ ଓ ଭକ୍ତି ସହକାରେ ପିତୃମାତୃ ପୂଜନ କରିଥିଲେ। ଏହିଭଳି ଏକ ନିଆରା ଢଙ୍ଗର କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଶିଶୁ ଜୀବନରେ ପିତାମାତା ଙ୍କ ଭୂମିକା ତଥା ସେମାନଙ୍କର ତ୍ୟାଗ, ନିଷ୍ଠା ଓ ଆତ୍ମ ଉତ୍ସର୍ଗ କୁ ସମସ୍ତେ ହୃଦୟଙ୍ଗମ କରିଥିଲେ। ଗୁରୁ ହେଉଛନ୍ତି ପିତାମାତା ଙ୍କ ସ୍ୱରୂପ, ତେଣୁ ଅନ୍ୟ ଛାତ୍ରଛାତ୍ରୀ ମାନେ ଗୁରୁଜୀ ଗୁରୁମା ମାନଙ୍କୁ ପୂଜା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମାଙ୍କ ସହଯୋଗ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।
Related posts
-
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ... -
ବରିଷ୍ଠଙ୍କ ଆଶ୍ରିବାଦ ଯୁବ ପିଢ଼ିଙ୍କ ପାଇଁ ବର ଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗର ତୁଳନା ନାହିଁ, ବରିଷ୍ଠଙ୍କ ଉପସ୍ଥିତି ପରିବାର... -
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
January 23, 2025 Jajati Comments Off on ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର...