ଜିଲ୍ଲା ଶିକ୍ଷା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ
ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ
ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ବିଡିଓ ପଦ୍ମଲୋଚନ ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ, ପାଠ ବହି ସହ ଅନ୍ୟ ବହି ପଢ଼ିବା ପାଇଁ ଉପଦେଶ ଦେଇଥିଲେ। ସମୟକୁ ଉପେକ୍ଷା କଲେ ସମୟ ଅଣଦେଖା କରିବ।
ଯେଉଁ ଦିନ ଜୀବନର ଅନୁବ ସମୟ ଆସିବ, ସେ ଦିନ ମେଧାବୀର ମୂଲ୍ୟାଙ୍କନ ହେବ। ବାପା, ମାଆ, ଗୁରୁଜନଙ୍କୁ ଜୀବନରେ କେତେ ଖୁସି ଦେଇଛ, ତାହାର ଆକଳନ ହେବ। ମେଧା ସମ୍ମାନକୁ ବଜାୟ ରଖିବାକୁ ବିଧାୟକ ଆହ୍ଵାନ ଦେଇଥିଲେ। ଯେଉଁମାନେ ମା ଓ ବାପାଙ୍କୁ ନିଜ ମୁଣ୍ଡରୁ ବାହାର କରି ଦିଅନ୍ତି, ସେମାନେ ଅବାଟକୁ ଚାଲି ଯାଆନ୍ତି। କୃତିତ୍ବ ପ୍ରତି ନିଷ୍ଠା ରହିଲେ ମେଧା ସମ୍ମାନ ସଫଳ ହେବ।

ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ବକ୍ତବ୍ୟରେ, ବିଧାୟକ ଡ. ସାହୁଙ୍କର ଶିକ୍ଷା ସମାଜ ଓ ଶିକ୍ଷା ବିକାଶ ପାଇଁ ରହିଥିବା ଆଗ୍ରହ ଓ ଆନ୍ତରିକତା ସମ୍ପର୍କରେ କହିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୀବନର ନିର୍ଦ୍ଦିଷ୍ଟ ଲକ୍ଷ ରଖି ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ। ସରକାର ୫ଟି ମାଧ୍ଯମରେ ବିଦ୍ୟାଳୟ ରୂପାନ୍ତରଣ କରି ଶିକ୍ଷାର ଉନ୍ନତୀ କରିବା ସହ ଡାକ୍ତରୀ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା କହିଛନ୍ତି । ଅନ୍ୟଅତିଥିମାନେ ଛାତ୍ରଛାତ୍ରୀଙ୍କ କୃତିତ୍ବକୁ ପ୍ରଶଂସା କରିବା ସହ ଉତ୍ତରତୋର ଉନ୍ନତୀ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ। ନୟାଗଡ଼ ବ୍ଳକ ଓ ପୌର ପରିଷଦର ୧୧ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ୯ ଜଣ ଓଇଏସ କୃତିତ୍ବ ପ୍ରତିଭୂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts