ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସମ୍ପଡା ଚିନ୍ତାମଣି ବିଦ୍ୟାପୀଠର କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲାଭାଙ୍ଗି ମନିଟର ନେଇ ଚାଲିଯାଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ ଗତକାଲି ରାତ୍ର ରେ ୨ ଜଣ ଦୁର୍ବୃତ୍ତ ମୁଁହରେ କପଡା ଲଗାଇ କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲା ଭାଙ୍ଗି ସିସି ଟିଭି ଭାଙ୍ଗିବା ସହ ୨ଟି ମନିଟର ନେବା ସିସି ଟିଭି ଫୁଟେଜରେ କଏଦ ହୋଇଥବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ସାହୁ ସୂଚନା ଦେଇଛନ୍ତି।ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଦ୍ୟାଳୟରେ ଏଭଳି ଚୋରି ଘଟଣା କୁ ଜନସାଧାରଣ ନିନ୍ଦା କରିଛନ୍ତି।
ସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠରୁ ତାଲାଭାଙ୍ଗି ମନିଟର ନେଇ ଚାଲିଗଲେ ଦୁର୍ବୃତ୍ତ
