ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ଚନ୍ଦ୍ର ପରିଡ଼ା ନୟାଗଡ଼ ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ସମୁଦାୟ ୬୦୦ ନମ୍ବରରୁ ୫୭୮ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ୯୬.୪୦% ପାସ ହାର ହୋଇଥିବାବେଳେ ନୟାଗଡ଼ରେ ୯୬.୯୨ ପାସ ହାର ହୋଇଛି । ନୟାଗଡ଼ ଜିଲ୍ଲାର ମୋଟ ୨୩୧ ଗୋଟି ହାଇସ୍କୁଲରେ ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ସମୁଦାୟ ୧୨୧୮୯ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥି ମଧ୍ୟରୁ ୧୬୦ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ଉପରେ ୧୧୮୧୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୩ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ଏ-୧ ରେ ୧୪୦ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବାବେଳେ ଏ-୨ ରେ ୬୯୯ ଜଣ ପାସ କରିଛନ୍ତି । ସେହିପରି ବି-୧ ରେ ୧୭୦୭ ଜଣ ପାସ କରିଥିବା ବେଳେ
ବି-୨ ରେ ୨୫୬୩ ଜଣ ପାସ କରିଛନ୍ତି । ସି ଗ୍ରେଡରେ ୨୮୭୩ ଜଣ, ଡି ଗ୍ରେଡରେ ୨୩୧୫ ଜଣ, ଇ ରେ ୧୫୧୬ ଓ ଏଫ ରେ ୨୦୩ ଜଣ ପାସ କରିଛନ୍ତି । ଜିଲ୍ଲାରେ ୬୩୧୦ ଜଣ ଛାତ୍ର ପାସ କରିଥିବାବେଳେ ୫୫୦୩ ଜଣ ଛାତ୍ରୀ ପାସ କରିଛନ୍ତି ।
ଚଳିତ ମାଟ୍ରିକ ପରୀକ୍ଷାରେ କେଶବ ହେଲେ ନୟାଗଡ଼ ଜିଲ୍ଲା ଟପ୍ପର
