କଞ୍ଚନବିଲି ଚୋରି ଘଟଣାରେ ୪ଜଣକୁ ଗିରଫ କଲା ନୟାଗଡ଼ ସଦରଥାନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ଘଟଣାରେ ନୟାଗଡ଼ ସଦର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କଞ୍ଚନବିଲି ଗ୍ରାମର କାଳିଆ ନାୟକ, ଦୟାନିଧି ନାୟକ, ନାରାୟଣ ନାୟକ ଓ ଚୋରି ସୁନା ଜିନିଷକୁ କ୍ରୟ କରିଥିବା ବାଲୁଗାଁର ପ୍ରଫୁଲ୍ଲ ସାହୁ । ଏନେଇ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ସଦର ଥାନା ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଏକ ଟିମ୍ ଗଠନ କରି ଚଢାଉକୁ ଜୋରଦାର କରିଥିବା ବେଳେ ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତିଙ୍କ ସହାୟତାରେ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ । ସୂଚନାଯୋଗ୍ୟ, କଞ୍ଚନବିଲି ଗ୍ରାମର ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ସହ ନଗଦ ୯ ହଜାର ୫ଶହ ଟଙ୍କା ଚୋରି ହୋଇଥିଲା ବେଳେ ତାଙ୍କର ଟ୍ରଙ୍କ ଓ ଦରକାରୀ କାଗଜପତ୍ର ଗହୀର ମଝିରେ ପକାଇ ଦେଇଥିଲେ। ସେହିପରି ସେହି ଗ୍ରାମର ମାଗୁଣୀ ଦାସଙ୍କ ଘରୁ କାନ ସୁନା ପେଣ୍ଡିଫୂଲ ଓ ୧ହଜାର ଟଙ୍କା, ମଲ୍ଲି ସାହୁଙ୍କ ଘରୁ କାନର ସୁନାଫୁଲ, କଂସା ଥାଳି, ବେଲା ଓ ମର୍ଯ୍ୟାଦା ଦେବାକୁ ଆଣି ଘରେ ରଖିଥିବା ୨୦ଖଣ୍ଡ ଶାଢ଼ୀ, ୧୦ ହଳ ଲୁଙ୍ଗି ଗାମୁଛା ଓ ୧୨ଶହ ଟଙ୍କା ଚୋରି ହୋଇଥିଲା ବେଳେ ଯୋଗି ସାମଲ, ତିଳ ବେହେରା ଓ ସୁମିତ୍ରା ବେହେରାଙ୍କ ଘର କବାଟ ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା।

Related posts