ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ଧର୍ମଶାଳାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଶୁଭ ଅଙ୍କୁରାରୋପଣ ସହିତ ଗର୍ଭାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା । ଦ୍ୱିତୀୟ ଦିବସରେ ତୀର୍ଥ ବାହାନ ଓ କଳସ ଯାତ୍ରା, ହୋମ ଯଜ୍ଞ
ଏବଂ ଦେବତା ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ
ଦିବସରେ ସୂର୍ଯ୍ୟାର୍ଚ୍ଚନା, ବିଗ୍ରହ ପ୍ରତିଷ୍ଠା, ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତି
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୟାଗଡ଼ ଅଞ୍ଚଳ
କଳିଙ୍ଗ ବୈଶ୍ୟ ସମାଜ ସଭାପତି ଇସେଟି ସୁବାଷ ଚନ୍ଦ୍ର ପାତ୍ର, ସମ୍ପାଦକ
କୋଟିନ ପ୍ରଦୀପ କୁମାର ପୃଷ୍ଟି ଓ ସମସ୍ତ କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ
ସହଯୋଗ କରିଥିଲେ।
କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
