ଦଶପଲ୍ଲା,(ନୟାଗଡ଼ ଦର୍ପଣ): କୁଆଁରିଆ ଡ଼୍ୟାମରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍ ତଥା ଜଳଭଣ୍ଡାରର ପାରିପାର୍ଶ୍ବକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ କରାଯାଇଛି। ଏସବୁର ଉନ୍ନତି ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାକଳନ କରାଯାଇଛି । ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର କୁଆଁରିଆ ଜଳଭଣ୍ଡାର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଳଭଣ୍ଡାରରେ ପାର୍କ ଏବଂ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ବିକାଶ ପ୍ରତି ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ଵ ଦେଇଥିବା ବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟର ତଦାରଖ କରାଯାଇଛି। ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ସମେତ ତହସିଲଦାର କୁମାର ରଥ ଏବଂ ଜଳ ସମ୍ପଦ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହାର ପାରିପାର୍ଶ୍ବକ ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଖୁବ୍ଶୀଘ୍ର ଡିପିଆର୍ ପ୍ରସ୍ତୁତ ହେବା ସହ ଏହାର କିଭଳି ବିକାଶ ହୋଇପାରିବ ସେ ଉପରେ ଗୁରୁତ୍ଵ ଦିଆଯାଇଛି।
କୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା
