୩୬ଜଣ ଟିବି ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କଲେ ବିଧାୟକ ରମେଶ ବେହେରା

ନୂଆଗାଁ,(ନୟାଗଡ଼ ଦର୍ପଣ): ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଟିବି ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧୀନରେ ଥିବା ୩୬ ଜଣ ଟିବି ରୋଗୀଙ୍କୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେମାନଙ୍କ ପାଇଁ ପ୍ରତି ମାସରେ ଉତ୍ତମ ଖାଦ୍ୟ ଓ ଔଷଧ ଚିକିତ୍ସା ଯୋଗାଇ ଦିଆଯିବ। ପିଲାମାନଙ୍କୁ ୨ କେଜି ଚାଉଳ, ୧ କେଜି ଡ଼ାଲି, ରନ୍ଧାତେଲ ୧୫୦ ଗ୍ରାମ, ପୁଷ୍ଟିକର ଡବା ଖାଦ୍ୟ ୭୫୦ ଗ୍ରାମ, କ୍ଷୀର ୪ ଲିଟର, ଅଣ୍ଡା ୩୦ଟା ରହିଛି । ସେହିଭଳି ବଡ ଲୋକମାନଙ୍କ ପାଇଁ ୩ କେଜି ଚାଉଳ, ୧.୫ କେଜି ଡାଲି, ୨୫୦ ଗ୍ରାମ ରନ୍ଧାତେଲ, ୧ କେଜି ପୁଷ୍ଟିକର ଡବା ଖାଦ୍ୟ, ୬ ଲିଟର କ୍ଷୀର, ଓ ୩୦ ଟା ଅଣ୍ଡା ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ଏହି ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡ.ସତୀଶ ନିବେଦନ, ଡ.ସୌମେନ୍ଦ୍ର ସାହୁ, ଅଜିତ ପାଣିଗ୍ରାହୀ, ଶରତ ଓଝା, ଦିଲ୍ଲୀପ ପ୍ରଧାନ, ଦୀପକ ଦଳବେହେରା, ସ୍ଥାନୀୟ ସରପଞ୍ଚ ଓ ମେଡିକାଲର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Related posts