ନୟାଗଡ଼,((ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ ) ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏ ବର୍ଷ ପାଇଁ ସ୍ୱାସ୍ଥ୍ୟ ଭିତିକ ବାର୍ତା “ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା” ପ୍ରକାଶ କରିଥିଲେ । ଆଜିର ଦିବସ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ମୟାଲେରିଆକୁ କିପରି ଆମେ ପ୍ରତିହତ କରିବା ସେ ବିଷୟରେ ବୁଝାଇଥିଲେ । ସେ କହିଥିଲେ ଯେ, ଆମ ପରିବେଶକୁ ଆମେ ସଫା ରଖିବା,ମଶାରି ଟାଙ୍ଗି ଶୋଇବା,ଜ୍ୱର ହେଲେ ତୁରନ୍ତ ଆଶା, ଅଙ୍ଗନବାଡ଼ି ବା ଏ.ଏନ.ଏମ. ଦିଦିଙ୍କ ଦ୍ୱାରା ପରୀକ୍ଷା କରାଇ ଔଷଧ ସେବନ କରିବା । ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ତୃଣମୂଳସ୍ତରରେ ଲୋକମାନଙ୍କୁ ସଚେତନ କରାଇବା । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା)ଡା. ଶରତ ଚନ୍ଦ୍ର ଦାଶ, ଡା. ତାରାକାନ୍ତ ତ୍ରିପାଠୀ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା, ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡା. ଅଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ସିଡିପିଓ ନୟାଗଡ଼ ଶ୍ରୀମତୀ ସନ୍ଧ୍ୟାଲକ୍ଷ୍ମୀ ଦାଶ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ସ୍ୱ ସ୍ୱ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାରଣ ଅଧିକାରିଣୀ ସ୍ମୃତିଲତା ବିଶ୍ୱାଳ ଏବଂ ଶ୍ରୀ ଆଲୋକ ପଟେଲ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ, ଓଉଊଝ ସୁପରଭାଇଜର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଶାଖାର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...