ନୟାଗଡ଼,(ନୟାଗଡ ଦର୍ପଣ): ଜନସାଧାରଣ ପ୍ଲାଷ୍ଟିକ ବର୍ଜ୍ଜନ ପାଇଁ ବଜ୍ର ଶପଥ ନିଅନ୍ତୁ ଓ ବିଭିନ୍ନ ରକ୍ଷା ପାଆନ୍ତୁ ବୋଲି ଆଜି ନୟାଗଡ଼ ପୈାର ପରିଷଦ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ପରିପ୍ରେକ୍ଷୀରେ ପୈାର କାର୍ଯ୍ୟାଳୟଠାରୁ ପଠାଣିସାମନ୍ତେ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଚସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ସଫେଇ କର୍ମଚାରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବଜାର ପରିକ୍ରମା କରିଥିଲେ । ପଠାଣି ସାମନ୍ତ ପ୍ରେକ୍ଷାଳୟରେ ପହଞ୍ଚି ସେଠାରେ ଥିବା ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମଲ୍ୟ ଅର୍ପଣ କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ପ୍ଲାଷ୍ଟିକ ଓ ପଲିଥିନ ବର୍ଜ୍ଜନ ପାଇଁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବିବେକାବନ୍ଦ ପ୍ରଧାନ, ଲକ୍ଷ୍ମୀଧର ସାହୁ, ଗଜେନ୍ଦ୍ର ମହାରଣା, ଦିନବନ୍ଧୁ ମଲ୍ଲିକ, ଇନ୍ଦ୍ରମଣୀ ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ ।
ପୈାରପରିଷଦ ପକ୍ଷରୁ ପ୍ଲାଷ୍ଟିକ ବର୍ଜ୍ଜନ ଶୋଭାଯାତ୍ରା
