ଉତ୍କଳଘଣ୍ଟ କବି ଯଦୁମଣିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସାହିତ୍ୟରେ ରୀତିଯୁଗର ଶେଷ ସାରସ୍ୱତ ସାଧକ,ଯୋଗଜନ୍ମା କବି ଉତ୍କଳ ଘଣ୍ଟ ଯଦୁମଣିଙ୍କ ୨୪୧ତମ ଜନ୍ମ ଜୟନ୍ତୀରେ ବିଭିନ୍ନ ସାହିତ୍ୟ ତଥା ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ପ୍ରତିଷ୍ଠିତ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତି ରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସମେତ ଉତ୍କଳ ସମାଜ,ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଓ ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନ ତରଫରୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାଂସ୍କୃତିକ ମଣ୍ଡପ ଠାରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ମଧ୍ୟ ବରପୁତ୍ରଙ୍କୁ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, କବି ନିର୍ମଳ ଚନ୍ଦ୍ର ଶୁରଦେଓ, ଅନୁବାଦକ ଶରତ ଆଚାର୍ଯ୍ୟ, ସମାଜସେବୀ ପ୍ରଦୀପ ସାହୁ, କବି ଶେଖ ଅବଦୁଲ ଖାଲିକ,ରଶ୍ମି ରଞ୍ଜନ ଜେନା,ଅଶୋକ ମଲ୍ଲ, ଲଷ୍ମୀଧର ସାହୁ,ଗୋପୀନାଥ ସେଠୀ, କାଳନ୍ଦୀ ଅଚାରୀ, ଓ କବୟିତ୍ରୀ ହରପ୍ରିୟା ଦ୍ବିବେଦୀ ପ୍ରମୁଖ ଯୋଗଦେଇ ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related posts