ବିଭୁ ଉପହାର ଏ ଦିବ୍ୟ ଜୀବନ
ସମସ୍ତଙ୍କ ହିତ ପାଇଁ,
ଅମୃତ ସନ୍ତାନ ଆମେରେ ମହାନ
ହସିହସାଇବା ପାଇଁ।୧।
ଯଦି କା ଜୀବନେ ଫୁଲଟିଏ ହୋଇ
ବିତରି ପାରେନା ବାସ୍ନା,
କା ପାଇଁ କାହିଁକି କଣ୍ଟକିତ ପଥ
କରିବି ମନେ ଭାବନା।୨।
କାହା ଜୀବନରେ ଦୀପଟିଏ ହୋଇ
ଜଳି ଯେବେ ପାରେନାହିଁ,
କା ପାଇଁ କାହିଁକି ଅନ୍ଧାର ର ପଥ
ଦେଖାଇବି ଅବା ମୁହିଁ।୩।
କାହା ଜୀବନରେ ସତ୍ୟର ପଥକୁ
ଦେଖାଇ ନ ପାରେ ଯେବେ,
କା ପାଇଁ କାହିଁକି ଅନ୍ୟାୟ ଅସତ୍ୟ
ପଥ ଦେଖାଇବି କେବେ।୪।
କାହା ଜୀବନରେ ଆଶା,ଭରସା ର
ସୂତ୍ର ଯେବେ ହେଲି ନାହିଁ,
କା ପାଇଁ କାହିଁକି ଦୁଃଖ ଓ ଯନ୍ତ୍ରଣା
ସାଇତିଵି ମନେ ମୁହିଁ ।୫।
କାହା ପାଇଁ ଯଦି ସୁଖର ସଉଧ
ଗଢି ନପାରେ ମୁଁ କେବେ,
କା ପାଇଁ କାହିଁକି ଦୁଃଖର ପାହାଡ଼
ତିଆରି କରିବି ତେବେ।୬।
ଶେଫାଳି କୁସୁମ କରିଦିଅ ବିଭୁ
କିଛି କ୍ଷଣ ମହକିବି,
ଯେତିକି ସମୟ ରହିଥିବି ଭବେ
କା’ରେ ଦୁଃଖ ମୁଁ ନଦେବି।୭।
ଶୁଭ କର୍ମ ଯେତେ ଭରିଦିଅ ମନେ
ହେ ପ୍ରଭୁ ଜଗତସାଇଁ,
ପ୍ରତି ଜନେ ପ୍ରୀତି ହେଉ ମୋ ସମ୍ପତି
ଆନ ମୋର ଲୋଡା ନାହିଁ ।୮। In
ସବିତା ଶୁକ୍ଳା
ରାକମା,ଭାପୁର, ନୟାଗଡ଼