ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱାସ୍ଥ୍ୟବିଭାଗ ପ୍ରଶାସନିକ ଅପାରଗତା ପାଇଁ ସରକାରୀ ଡାକ୍ତର ଦିନେଶ ଖଟୁଆ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଘରୋଇ ଡ଼ାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରୁଥିବା ଆଜି ଜିଲ୍ଲା କଂଗ୍ରେସ ଟିମ ରଙ୍ଗେହାତ ଧରାପଡ଼ି ଲଜ୍ଜ୍ୟାଜନକ ଅବସ୍ଥାରେ ନୟାଗଡ ପିବବ୍ଲୁଡି ଅଫିସ ପାଖ ଲାଇଫ କେୟାର ଡ଼ାଇଗ୍ନୋଷ୍ଟିକ ଭିତରୁ ଧରାପଡ଼ି ଶେଷରେ ତଡାଖାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କ୍ଷୋଭର ସହିତ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ହେଉଛି ସମ୍ପୃକ୍ତ ଘରୋଇ କ୍ଲିନିକର ଅଲଟ୍ରାସାଉଣ୍ଡ ମେସିନ କେଉଁ ଡାକ୍ତରଙ୍କ ନାମରେ କିଣା ଯାଇଛି, ଯଦି ଡାକ୍ତର ଖଟୁଆଙ୍କ ନାମରେ ସେହି ମେସିନ ରେଜିଷ୍ଟ୍ରେସନ ନାହିଁ ତେବେ ଡାକ୍ତର ଖଟୁଆ ପିସିପିଏନଡିଟି ଆଇନର କେଉଁ ଆଧାରରେ ସେଠାରେ ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଉଥିଲେ। ଜଣେ ସରକାରୀ ଡାକ୍ତରଙ୍କ ନାମରେ ମେସିନ କିଣା ଯାଇ ପାରିବ କି? ଡାକ୍ତର ଖଟୁଆ ଆଜି ଲାଇଫ କେୟାର ଠାରେ ଅଲଟ୍ରାସାଉଣ୍ଡ କରାଉଥିବା ଅଭିଯୋଗ ପାଇ ତତ୍କାଳ କଂଗ୍ରେସ ଟିମ ସେଠାରେ ପହଂଚି ଡାକ୍ତରଙ୍କୁ ଧରିଥିଲେ ଏବଂ ସେହି ଡ଼ାଇଗ୍ନୋଷ୍ଟିକ ସେଣ୍ଟରରୁ ତଡିଦେଇ ଥିଲେ।
ଯାହା ଦେଖାଗଲା ଯେଉଁ ପ୍ରସୂତି ମହିଳାମାନଙ୍କ ଫର୍ମ ଏଫରେ ଅଲଟ୍ରାସାଉଣ୍ଡ ରିପୋର୍ଟ କରାଯାଉଛି, ନିୟମ ଆଧାରରେ ସେହି ମହିଳା ମାନଙ୍କ ଫର୍ମ ଡି ପ୍ରସ୍ତୁତ କରାଯାଇ ନଥିଲା, ଯାହା ଫଳରେ ଭୃଣଚିହ୍ନଟ ସମ୍ଭାବନା ଥିବା ବରିଷ୍ଠ ଆଇନଜୀବୀ ଶ୍ରୀ ଦାଶ ଚିନ୍ତା ପ୍ରକଟ କରିଛନ୍ତି। ଫର୍ମ ଡି ବିନା ଫର୍ମ ଏଫ ରିପୋର୍ଟ ଦିଆଯାଉଥିବା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟକୁ କିଭଳି ପ୍ରାଥମିକତା ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ପୁଣି ଯେଉଁ ବିଲଡିଂରେ ଅଲଟ୍ରାସାଉଣ୍ଡ କରାଯାଉଛି, ସେହି ସ୍ଥାନରେ ପ୍ଲାଇ ପାଟିସନ କରାଯାଇ ସେଠାରେ ଡାକ୍ତର ଶତ୍ରୁଘ୍ନ ନାୟକ ରୋଗୀ ଦେଖୁଥିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। କିନ୍ତୁ ନୟାଗଡରେ ଉପରିସ୍ଥ ଅଧିକାରୀମାନେ ସବୁ ବେଆଇନ କାର୍ଯ୍ୟ ଆଇନସମ୍ମତ କରାଉଥିବାର ରହସ୍ୟ କଣ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି। ଅତ୍ୟଧିକ ଟଙ୍କା ରୋଜଗାର ଲୋଭରେ ସରକାରୀ ଡାକ୍ତରମାନଙ୍କ ଵିଭିନ୍ନ କ୍ଲିନିକ ନର୍ସିଙ୍ଗହୋମରେ ରୋଗୀ ଚିକିତ୍ସା ବନ୍ଦ କରିବା ପାଇଁ ଆସନ୍ତା ସୋମବାର ଦିନ ଡିସିସି ପ୍ରତିନିଧି ଦଳ ସିଡିଏମଓଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ଅଛି। ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ଡାକ୍ତର ଖଟୁଆ ଏବଂ ଡାକ୍ତର ନାୟକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଲିଖିତ ଦାବୀ କରାଯିବ। ଲାଇଫ କେୟାର ଘରୋଇ ଡ଼ାଇଗ୍ନୋଷ୍ଟିକ ରେ ଅଲଟ୍ରାସାଉଣ୍ଡ ମେସିନ କାହା ନାମରେ ରେଜିଷ୍ଟ୍ରେସନ ହୋଇଛି ଏବଂ କିଏ ତାହାର ନିୟମିତ ଡାକ୍ତର ତାହାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବୀ କରୁଛି।
