ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ନୟାଗଡ଼ ଜିଲ୍ଲା ପକ୍ଷରୁ ନୟାଗଡ଼ ନଗରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଇଛି।
ଏହି ଅବସରରେ ଏବିଭିପି ନୟାଗଡ଼ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ ଫରେଷ୍ଟ ଅଫିସ, ସାଇବର ଥାନା, ଟାଉନ ଥାନା, ମେଡିକାଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ରାଖି ବାନ୍ଧିଥିଲେ।
ନୟାଗଡ଼ ମେଡିକାଲର ସିଡିଏମଓ, ବ୍ଲକ କାର୍ଯ୍ୟାଳୟର ଅତିରିକ୍ତ ବିଡିଓ,ଫରେଷ୍ଟ ବିଭାଗ ର କର୍ମଚାରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀ ତଥା ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନଙ୍କୁ ମଧ୍ୟ ଏବିଭିପି କାର୍ଯ୍ୟକର୍ତ୍ତାମାନେ ରାଖି ବାନ୍ଧି ପବିତ୍ର ରକ୍ଷାବନ୍ଧନ ପର୍ବର ଶୁଭେଚ୍ଛା ଜଣାଇଥିଲେ।
ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ପରସ୍ପର ସ୍ନେହ, ବିଶ୍ୱାସ, ସୁରକ୍ଷା ଓ ସାମାଜିକ ସଦ୍ଭାବନାର ପ୍ରତୀକ। ସମାଜର ସୁରକ୍ଷା, ସ୍ୱାସ୍ଥ୍ୟ, ଆଇନ-ଶୃଙ୍ଖଳା ଓ ଜନସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ସ୍ୱରୂପ ଏହି ରାଖି ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଏବିଭିପି କାର୍ଯ୍ୟକର୍ତ୍ତାମାନେ ସମସ୍ତଙ୍କ ସହ ରାଷ୍ଟ୍ରୀୟ ଏକତା, ସାମାଜିକ ସଦ୍ଭାବନା ଓ ପରସ୍ପର ସୁରକ୍ଷାର ସଂକଳ୍ପ ନେଇଥିଲେ। ଏହି ଅଭିନବ ପ୍ରୟାସକୁ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିବା ସହ ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଏବିଭିପି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର କ୍ୟାମ୍ପସ ୟୁନିଟ ସଭାପତି ପାୟଲ ପ୍ରିୟଦର୍ଶିନୀ ପ୍ରଧାନ,ପୁରୀ ବିଭାଗ ସଂଯୋଜକ ସୌମ୍ୟ ରଞ୍ଜନ ସାହୁ,ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ଅମ୍ରିତା ନାୟକ, କାର୍ଯ୍ୟକର୍ତ୍ତା ଅବିନାଶ ପ୍ରଧାନ,ଅର୍ଚ୍ଚିତା ସେଠି,ମନୀଷା ନାୟକ,ରଶ୍ମୀପ୍ରିୟା ନାୟକ,ସୋମେଶ ଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରିଥିଲେ।
ଏବିଭିପି ନୟାଗଡ଼ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ
