ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ପକ୍ଷରୁ ଜୁନ ୨୧ରେ ହେବାକୁ ଥିବା ‘ଏନ୍ଇଇଟି ’(NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ପରୀକ୍ଷାର୍ଥୀମାନେ ଓଏସ୍ଆର୍ଟିସି ଓ ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ନୟାଗଡ ପୁରୁଣା ବସ୍ଷ୍ଟାଣ୍ଡ ମେଡିକାଲ ଛକରୁ ଆଡ୍ମିଟ୍ କାର୍ଡ ଦେଖାଇ ନିଃଶୁଳ୍କ ଯାତ୍ରା କରିପାରିବେ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଓଏସ୍ଆର୍ଟିସି ତରଫରୁ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ । ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସ୍ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ଅ।ନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବ। ନୟାଗଡ ଜିଲ୍ଲାର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୋଡାଲ୍ ଅଧିକାରୀ ଭାବେ ମଟର ଯାନ ନିରୀକ୍ଷକ, ପ୍ରକାଶ କୁମାର ଦୀପ୍ (୯୨୩୭୩୭୮୫୮୩ ) ନିଯୁକ୍ତ ହୋଇଛନ୍ତି। ଏହି ସମ୍ବନ୍ଧରେ ଅଧିକ ସୂଚନା ନିମନ୍ତେ ନୟାଗଡ ଓଏସ୍ଆର୍ଟିସି ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର – ୮୨୬୦୮୮୦୨୪୯ (ଲକ୍ଷ୍ମୀଧର ବାବୁ ) ଜାରି କରାଯାଇଛି । ଏତଦ୍ ବ୍ୟତୀତ ଯେଉଁ ପରୀକ୍ଷାର୍ଥୀମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସହାୟତା ଚାହିଁବେ, ସେମାନେ ଡେପୁଟି କଲେକ୍ଟର, ତପସ୍ଵିନୀ ହାଁସଦା, ଓ.ପ୍ର.ସେ.(୭୦୦୮୭୧୭୭୭୪)ଙ୍କୁ ପରୀକ୍ଷାର ଏକ ଦିନ ପୂର୍ବରୁ ଯୋଗାଯୋଗ କରିପାରିବେ। ନୟାଗଡ଼ ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ବିଭିନ୍ନ ସରକାରୀ ବସ୍ ଗୁଡିକର ସାରଣୀ ନିମ୍ନରେ ପ୍ରଦାନ କରାଗଲା।
ନୟାଗଡ଼ ଜିଲ୍ଲାର ନିଟ୍ (NEET) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା
