ସରଣକୁଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏସଡିପିଓ ମହିଳାଙ୍କୁ ଫେବର ମାଗିବା ଘଟଣା ଲୋକଙ୍କ ମନରୁ ନ ଯାଇଥିବା ବେଳେ ଶରଣକୂଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଅନ୍ୟ ଜଣେ ମହିଳା । ଏଭଳି ଅଭିଯୋଗ ଆସିଛି ସରଣକୁଳ ଥାନା ଅଧିକାରୀଙ୍କ ନାମରେ । କିଛି ଦିନ ତଳେ ସରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗାଁ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏନେଇ ମହିଳା ଓ ତାଙ୍କ ପରିବାର ନାମରେ ସରଣକୁଳ ଥାନାରେ କେଶ ହୋଇଥିଲା । ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ କେଶରେ ସହଯୋଗ କରିବାକୁ କହି ଫୋନ ନମ୍ବର ନେଇଥିଲେ । ପରେ ଥାନା ଅଧିକାରୀ ଫୋନରେ ଭିଡିଓ କଲ, ଅଶ୍ଳୀଳ ମେସେଜ, ଫଟୋ ଓ ଅଶ୍ଳୀଳ କଥା କହିଥିବା ମହିଳା ଅଭିଯୋଗ କରିଛନ୍ତି । ଏପରିକି ଥାନା ଅଧିକାରୀ ତାଙ୍କ ଭଡା ଘରକୁ ନେଇ ଜୋର ଜବରଦସ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ଆଜି ମହିଳା ଜଣକ ନୟାଗଡ ଏସପିଙ୍କ ଦ୍ୱାରସ୍ତ ହେବାସହ ଅତିରିକ୍ତ ଏସପିଙ୍କୁ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ ହେବାପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୟାଗଡ଼ ଏସପି କହିଛନ୍ତି।

Related posts