ନୟାଗଡ ଜିଲ୍ଲା କୋର୍ଟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ଅଧକ୍ଷ ଅଜନ୍ତା ଷଡଙ୍ଗୀ ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତକ୍ଷ ତତ୍ଵବଧାନରେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫୪ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୪,୬୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୩୭ ଟି ଦେୱାନି କେସରୁ ୭୮ ଟି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୯୮ ଟି ରୁ ୬ ଟି ଫଇସଲା କରାଯାଇ ୧,୨୯,୫୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୮ ଟି ରୁ ୧୩ ଟି ମାମଲା, ଅନ୍ୟାନ୍ୟ ଫୌଜଦାରୀ ୩୯୯ ଟି ରୁ ୧୨୩ ଟି ମାମଲା ଫଇସଲା କରଯାଇଥିଲା । ବ୍ଲାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥ‌ିବା ୩୪୦୦ ଟି କେସ ରୁ ୧୧୮ଋଣ ଗ୍ରହିତାଙ୍କଠାରୁ ୩୦,୮୪,୨୪୧ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ସେହିପରି ୨୫୫୮ ଟି କେସ ରୁ ୭୦ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୧,୧୭,୧୨୯ ଟଙ୍କା ଆଦାୟ କରଯାଇଥିଲା ଏବଂ ଟ୍ରାଫିକ ଚାଲାଣ ବବଦୀୟ ୧୧୭୪ ଟି କେସ ରୁ ୧୧୫୫ ଟି ମାମଲା ଫଇସଲା କରାଯାଇ ୪୩,୭୮,୧୯୫ ଟଙ୍କା ଆଦାୟ କରଯାଇଥିଲା । ବିଦ୍ୟୁତ ସମ୍ବନ୍ଧୀୟ ୧ ଟି ମାମଲା ଫଇସଲା କରାଯାଇ ୫୧,୨୨୪ ଟଙ୍କା ଆଦାୟ କରଯାଇଥିଲା ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଅଜନ୍ତା ଷଡଙ୍ଗୀ, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରିଜା ରାୟ, ମୁଖ୍ୟ ନ୍ୟାୟିକ ଦଣ୍ଡାଧ୍ୟାକାରୀ ମିସ ଶ୍ରୀମୟୀ ଅଚାର୍ଯ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ମିସ ଅନ୍ନପୂର୍ଣ ଷଡଙ୍ଗୀ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି) ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ, ଜେଏମଏଫସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ (ମହିଳା ଅଦାଲତ) ସ୍ବୟଂ ପ୍ରଭା ଆଚାର୍ୟ ଏବଂ ରେଜିସ୍ଟାର ସୋନାଲୀ ସରିତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଓ ସମସ୍ତ ଅଧିକାର ମିତ୍ର ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ।

Related posts