ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ପିଏମଶ୍ରୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୫-୨୬ ବିଦ୍ୟାଳୟ ପରିସରରେ ସୋମବାର ମହା ସମାରୋହରେ ପାଳିତ ହୋଇଯାଇଅଛି । ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଚଳିତ ବର୍ଷ ଏହି ଉତ୍ସବ ଛାତ୍ର ଛାତ୍ରୀଙ୍କ ଶିକ୍ଷା, କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦିଗରେ ପିଏମ ଶ୍ରୀ ବିଦ୍ୟାଳୟ ବେଶ ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ମୁଖ୍ୟବକ୍ତା ଭାବେ ଶରଣକୁଳ ଜୋନର ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପଞ୍ଚସଖା ସେତୁ ସଂଗଠନ ସଭାପତି ବିକ୍ରମ କୁମାର ଦାଶ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଶ୍ମିରଂଜନ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ସେହିପରି ଦ୍ୱିତୀୟ ଅଧିବେଶନରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନ ସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଥିଲେ । ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ ଓଡଗାଁ ବି.ଡି.ଓ ପ୍ରୀତିବାଳା ରଣା, ତହସିଲଦାର ମାନସ କୁମାର ଭୋଇ, ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ହରହରପୁର ସରପଞ୍ଚ ବିଳାସିନୀ ଦେଇ, ସ୍କୁଲ ସଭାପତି ମାନସ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଉତ୍ସବର ଦୁଇଟି ଯାକ ଅଧିବେଶନର ମଞ୍ଚକୁ ଶିକ୍ଷକ ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଉତ୍ସବର ଦୁଇଟି ଯାକ ଅଧିବେଶନର ମଞ୍ଚକୁ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଓ ଗୋଦାବରୀ ବସନ୍ତିଆ ସଂଯୋଜନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲାବେଳେ କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ସବର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ।
