ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ବିଶ୍ୱ ପଖାଳ ଦିଵସକୁ ଧୁମଧାମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ କରାଯାଇଚି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ସତ୍ୟଭାମା ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲାର ସମସ୍ତ ଡେପୁଟୀ କଲେକ୍ଟର, ସହ କଲେକ୍ଟରଙ୍କ ସହିତ ଜିଲ୍ଲାର ଅନେକ ଅଧିକାରୀ ଯୋଗଦେଇଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ।

ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ପଖାଳ ପରବରେ ପ୍ରାୟ ୧୮ରୁ ଉର୍ଦ୍ଧ ଓଡିଆ ଖାଦ୍ୟ କଂଶା ଥାଳି ଓ କଦଳୀ ପତ୍ରରେ ପରସାକୁ ଜିଲ୍ଲାପାଳ ଓ ସମସ୍ତ ନିମନ୍ତ୍ରିତ ଅତିଥି ଭୂୟଶି ପ୍ରସଂଶା କରିଥିଲେ ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ସତ୍ୟଭାମା ବେହେରା କହିଛନ୍ତି।
