ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ ତରଫରୁ ”ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। “ପୂର୍ଣ୍ଣ ଶିକ୍ଷା ପରେ ନିଜେ କାର୍ଯ୍ୟକ୍ଷମ ହୋଇ ବିବାହ କରିବା ପାଇଁ ଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ତତ୍ ସହିତ ବାଲ୍ୟ ବିବାହ ମୁକ୍ତ ଭାରତ ପ୍ରତିଷ୍ଠିତ ପାଇଁ ନିଜର ଚେଷ୍ଟା ଅବ୍ୟାହତ ରଖିବା, ନିଜ ଅଂଚଳରେ ବାଲ୍ୟ ବିବାହକୁ ବିରୋଧ କରିବା ପାଇଁ ନିଜର ଅଭିଭାଷଣରେ କହିଥିଲେ। ନୟାଗଡ଼ ଜିଲ୍ଲପାଳ ମଧୁମିତା ରଥ, ଅଧ୍ୟାପିକା, ଅଧ୍ୟାପକ ସର୍ବଦା ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ବିଷୟରେ ସଚେତନ କରିବା ପାଇଁ ନିଜର ଅଭିଭାଷଣରେ କହିଥିଲେ।
ଏହା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ଏକ ସାଇକେଲ ରାଲିକୁ ସବୁଜ ପତାକା ପ୍ରଦର୍ଶନ କରି ଉଦ୍ଘାଟନ କରିଥିଲେ। ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀମାନେ ସାଇକେଲ ଯାତ୍ରାରେ ମହାବିଦ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଳୋଗାନ ଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ସହରବାସୀଙ୍କୁ ସଚେତନ କରିଥିଲେ । ଏଥି ସହିତ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ,କର୍ମଚାରୀ ଏହି ରାଲିରେ ଯୋଗଦେଇ ଥିଲେ । ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ରଙ୍କ ତତ୍ତ୍ୱାବଧାନରେ ସମ୍ପୂର୍ଣ କାର୍ଯ୍ୟକ୍ରମ ଆୟୋଜିତ ଓ ସମ୍ପାଦିତ ହୋଇଥିଲା। ସ୍ଵେଚ୍ଛାସେବୀ, ଛାତ୍ରୀ ମାନେ ସର୍ବଦା ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବା ପାଇଁ ଶ୍ରୀମତୀ ମିଶ୍ର ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ମହାବିଦ୍ୟାଳୟ ରୁ ପାଖାପାଖି 400 ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲା।
ନୟାଗଡ଼ ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନଙ୍କର ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ
