ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଜେମାଦେଇପୁର ଶାସନରେ ଗତ ୨ ତାରିଖରୁ ଚାଲିଥିବା ୪ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଉତ୍ସବର ପ୍ରତିଷ୍ଠାତା ସମ୍ପାଦକ ମୁରଲୀଧର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୀ ସଂସଦ ଡ଼ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, କନ୍ଧମାଳର ପୂର୍ବତନ ସଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଜିଲ୍ଲା ପରିଷଦ ସଦସ୍ୟ ସୁବାସଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଂଯୁକ୍ତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ସାମାଜିକ ଜୀବନରେ ଗ୍ରାମ୍ୟ ସଂସ୍କୃତି ଓ ବର୍ଷକେ ଥରେ ସମସ୍ତେ ଭାଇଚାରା ନେଇ ଏକାଠି ହେବାର ଅଭିନବ ପ୍ରୟାସ ଗ୍ରାମ୍ୟ ଜୟନ୍ତୀର ପରିକଳ୍ପନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଗ୍ରାମ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ବାଦିପାଲା ପରିବେଷଣ ହେବା ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଜେମାଦେଇପୁର ଶାସନର ୪୭ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍ଯାପିତ
