କଣ୍ଟିଲୋ, (ନୟାଗଡ଼ ଦର୍ପଣ): ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତରଫରୁ ନୀଳମାଧବ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନୂତନ କ୍ୟାମ୍ପସ ୟୁନିଟ୍ ଗଠନ ହୋଇଯାଇଛି। ନୂତନ କ୍ୟାମ୍ପସ ୟୁନିଟର ସଭାପତି ସୂର୍ଯ୍ୟକାନ୍ତି ସ୍ୱାଇଁ, ଉପ-ସଭାପତି ରାଜେଶ ନାୟକ, ଲକ୍ଷ୍ମୀପ୍ରିୟା ପ୍ରଧାନ, ସଚ୍ଚିଦାନନ୍ଦ ସ୍ୱାଇଁ ଓ ସମ୍ପାଦକ ଚନ୍ଦନ ନାୟକ, ସହ-ସମ୍ପାଦକ ମିଲନ ପ୍ରଧାନ, ଏସ୍.ଏଫ୍.ଏସ୍ ପ୍ରମୁଖ ସୁମେଶ ମହାରଣା, ଏନ୍.ଏସ୍.ଏସ୍ ପ୍ରମୁଖ ଚିନ୍ମୟ ପଣ୍ଡା, ଏନ୍.ସି.ସି ପ୍ରମୁଖ ସୁଭଲକ୍ଷ୍ମି ଖଟୁଆ, ସହ-ପ୍ରମୁଖ ଦୀପା ମନ୍ତ୍ରୀ, କୁନି ସାହୁ ଏବଂ ୧୫ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କୁ ଦାୟିତ୍ଵ ମିଳିଛି ଓ ନୟାଗଡ଼ ଜିଲ୍ଲା ସହ-ସଂଯୋଜକ ମଙ୍ଗୁଳି ବେହେରାଙ୍କ ଉପସ୍ଥିତିରେ କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇଯାଇଛି। କ୍ୟାମ୍ପସରେ ନୂତନ ଦାୟିତ୍ବ ପାଇଥିବା ବିଦ୍ୟାର୍ଥୀଙ୍କୁ ଅନ୍ୟ ଛାତ୍ରଛାତ୍ରୀମାନେ ସମର୍ଥନ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ କ୍ୟାମ୍ପସରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ନୂତନ ଦାୟିତ୍ଵ ପାଇଥିବା ବିଦ୍ୟାର୍ଥୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ନୀଳମାଧବ ମହାବିଦ୍ୟାଳୟରେ ଏବିଭିପିର ନୂତନ କ୍ୟାମ୍ପସ ୟୁନିଟ୍ ଘୋଷଣା
