ଶ୍ରୀରାମ ଫାଉଣ୍ଡେସନ ଓଡିଶା ସହଯୋଗରେ ଛାତ୍ର ପଢିଲେ ପାଠ

ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମରେ ଆଇ ଘରେ ବାର ବର୍ଷ ରହି ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ପିଲାର ମାର୍ଗଦର୍ଶକ ସାଜିଲା ଶ୍ରୀରାମ ଫାଉଣ୍ଡେସନ ଓଡିଶା। ସୂଚନାଯୋଗ୍ୟ, ବୋଲଗଡ ନିର୍ବାଚନ ମଣ୍ଡଳୀ ସମ୍ପୁର ଗ୍ରାମର ବାଦଲ ନାୟକ(୧୨) ତାଙ୍କ ମା’ଙ୍କ ସହ ଆଉ ଦୁଇ ଜଣ ଭାଇ ଭଉଣୀ ଅଜା ଘର ନିମାଣୀ ଗ୍ରାମରେ ଆଇ କେଳୁଣୀ ନାୟକଙ୍କ ପାଖରେ ରହି ଆସୁଥିଲା। ବିଧବା ଆଇ ଦୁଃଖର ପାହାଡ଼ ମୁଣ୍ଡରେ ଧରି ଚାଲୁଥିବା ବେଳେ ବିକଳାଙ୍ଗ ଝିଅର ଛୁଆମାନଙ୍କର ଭରଣ ପୋଷଣ ମଧ୍ୟ କରୁଥିଲା। ବହୁ ବାର ଗ୍ରାମରେ ଥିବା ବିଦ୍ୟାଳୟରେ ନାତିର ନାମ ଲେଖାଇବା ପାଇଁ  ଘୁରି ବୁଲିଲେ ବି କୌଣସି ସୁଫଳ ମିଳି ନଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋର୍ଦ୍ଧାରୁ ଆସୁଥିବା ଡାକ୍ତର ଆଶୁତୋଷ ମିଶ୍ର ଏହି ଖବର ପାଇଁ ସ୍ଥାନୀୟ ଗ୍ରାମର ସମାଜସେବୀ ତଥା ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ରଙ୍କୁ ବାଦଲକୁ ପାଠ ପଢ଼ାଇବାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଡାକ୍ତରଙ୍କ ହସ ହସ ମୁଁହରେ ରୋଗୀକୁ ଉତ୍ତମ ଚିକିତ୍ସା ସହ ଜଣେ ପରପୋକାରୀର ଦାଇତ୍ୱ ନିଭାଉଥିବା ଦେଖି ସମାଜସେବୀ ଶ୍ରୀଯୁକ୍ତ ମିଶ୍ର ସଙ୍ଗେସଙ୍ଗେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ପରବର୍ତୀ ସମୟରେ ଭାପୁର BEO ମୋନାଲିସା ରଥ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଁଛି (ଆସ ବିଦ୍ୟାଳୟ ଯିବା) ଯୋଜନାରେ ବାଦଲକୁ ଷଷ୍ଠ ଶ୍ରେଣୀରେ ପାଠ ପଢ଼ାଇବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ କୁମାର ଲେଙ୍କାଙ୍କୁ ନିର୍ଦେଶ ଦେଇଥିଲେ।(ଆସ ବିଦ୍ୟାଳୟ ଯିବା) ଯୋଜନା ଟିକୁ ଭାପୁର ବ୍ଲକ ନିମାଣୀ ଗ୍ରାମରେ ପ୍ରଥମ କରି ଲାଗୁ କରା ଯାଇଥିବାରୁ ମଣ୍ଡଳ ଶିକ୍ଷା ଅଧିକାରୀ ରଥ ଓ ଶ୍ରୀରାମ ଫାଉଣ୍ଡେସନର ସମ୍ପାଦକ ଶ୍ରୀଯୁକ୍ତ ମିଶ୍ରଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ପ୍ରଶଂସା କରିଛନ୍ତି।

Related posts