ଇଟାମାଟି ଠାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ବୃକ୍ଷରୋପଣ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ରାଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାୟ କୋଡିଏ ଜଣ ଅବସର ପ୍ରାପ୍ତ ଶିକ୍ଷକ ଏକତ୍ରିତ ହୋଇ ଚାଳିଶରୁ ଉର୍ଦ୍ଧ ବଉଳ, ଅଶୋକ, ଆମ୍ବ ଓ ଗଙ୍ଗ ଶିଉଳି ଗଛ ଲଗାଇଥିଲେ। ତ୍ରିନାଥ ସାଥୁଆ, ପ୍ରସନ୍ନ କୁମାର ଦାଶ, ରବି ନାରାୟଣ ପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ, ପ୍ରଦୀପ୍ତ ସାହୁ, ଦେବପ୍ରସାଦ ଜେନା, ଡ଼. ସୁକାନ୍ତି ମହାନ୍ତି, ପ୍ରକାଶ ପଟ୍ଟନାୟକ, ବୃନ୍ଦାବନ ପରିଡା, ନକୁଳ ଦାସ, ସୁରେନ୍ଦ୍ର ମଲ୍ଲ, ଶ୍ୟାମ ପାତ୍ର, ଅର୍ଜ୍ଜୁନ ସାଥୁଆ, କିଶୋର ମିଶ୍ର, ସତ୍ୟବାଦୀ ସିଂ, ରମେଶ ପୃଷ୍ଟି, ଦେବରାଜ ଷଢ଼ଙ୍ଗୀ, ଇତ୍ୟାଦି ଉପସ୍ଥିତ ରହି ସହଯୋଗ କରିଥିଲେ। ଗଛ ଆମର ଜୀବନ କହିଲେ ଅତ୍ୟୁକ୍ତି ହେବନି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।

Related posts