ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ଆହ୍ୱାନକ୍ରମେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟାତ ରିହାତି ଘୋଷଣା ଦାବିରେ ଆଜି ନୟାଗଡ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆରଟିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ପକ୍ଷରୁ ଜାରି ସ୍ମାରକପତ୍ର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଶ୍ରୀ ସୁଧାଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିସିସି ସଂଯୋଜକ ସତ୍ୟବ୍ରତ ନାୟକ, ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସେବାଦଳ ନେତା ମନୋଜ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଆଡ଼ଭୋକେଟ ପୀତବାସ ଖୁଣ୍ଟିଆ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅନିଲ ଛୁଆଳସିଂ, ଖୁଣ୍ଟୁବନ୍ଧ ପଞ୍ଚାୟତ କଂଗ୍ରେସ ନେତା ପ୍ରହଲ୍ଲାଦ ପାତ୍ର, ଦଳିତ ଯୁବ ନେତା ସନ୍ତୋଷ ନାଏକ, ଜିତେନ୍ଦ୍ର କୁମାର ଦଳେଇ, କଂଗ୍ରେସ ସୋସିଆଲ ମେଡ଼ିଆ ସୁରେନ୍ଦ୍ର ଦଳେଇ, ଛାତ୍ର କଂଗ୍ରେସ ନେତା ଅମ୍ଲାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓମ ପ୍ରକାଶ ପ୍ରଧାନ, ଅରବିନ୍ଦ ପାଢ଼ୀ, ପ୍ରିତମ ପଟ୍ଟନାୟକ, ଦିଲ୍ଲୀପ ମହାପାତ୍ର, ଶାଶ୍ୱତ ପ୍ରଧାନ ଏବଂ ସାଇପ୍ରସାଦ ପ୍ରଧାନ ପ୍ରମୁଖ ଦଳୀୟ ସମର୍ଥକ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟତ ରିହାତି ଘୋଷଣା ଦାବିରେ କଂଗ୍ରେସର ବିକ୍ଷୋଭ
