ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା’ଫାଉଣ୍ଡେସନକୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ମା ଫାଉଣ୍ଡେସନ ନୟାଗଡ଼ ସହର ତଥା ନୟାଗଡ଼ ବ୍ଲକ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ସହି, ପଥପାର୍ଶ୍ଵ, ଧାର୍ମିକସ୍ଥଳ ଓ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ସହ ଚାରା ରୋପଣ, ବଣ୍ଟନ ଆଦି ବିଭିନ୍ନ ଉଲେଖନୀୟ କର୍ଯ୍ୟ ପାଇଁ ଏହି ପୁରସ୍କାର ଗତ ୫ ତାରିଖରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଭୁବନେଶ୍ୱରସ୍ଥ କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୫ ଅବସରରେ ଆୟୋଜିନ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ମୁଖ୍ୟ ସଚିବ ମନୋଜ ଆହୁଜା ପ୍ରମୁଖଙ୍କ ଉପସ୍ଥିତିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ କରକମକଳରୁ ମା’ ଫାଉଣ୍ଡେସନର ସମ୍ପାଦକ ରଂଜନ ରଶ୍ମି ଜେନା ମାନପତ୍ର ସହ ୨୦ ହଜାର ଟଙ୍କାର ଅର୍ଥ ରାଶି ଅନୁଷ୍ଠାନ ନାମରେ ଗ୍ରହଣ କରିଥିଲେ। ମା ଫାଉଣ୍ଡେସନ, ନୟାଗଡ଼ର ଏଭଳି ସଫଳତା ପାଇଁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ପ୍ରକୃତି ପ୍ରେମୀ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ଖୁସିବ୍ୟକ୍ତ କରିଛନ୍ତି।
ନୟାଗଡ଼ର ‘ମା ଫାଉଣ୍ଡେସନ’କୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର
