ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଇଷ୍ଟ ତଥା ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର ପିତ୍ତଳରେ ଝଲସିବ। ବହୁ ବର୍ଷର ଅପେକ୍ଷା ପରେ ଆଜି ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ନବ ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାରିଣୀ ବୈଠକ ମନ୍ଦିର ସଭାଗୃହରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପିତ୍ତଳ କବାଟର ନିର୍ମାଣ ନିମନ୍ତେ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ସମସ୍ତ ଅର୍ଥ ଭକ୍ତମାନେ ଦାନ ଅର୍ଥରେ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏତଦ ବ୍ୟତୀତ ମନ୍ଦିର ଆୟ ବୃଦ୍ଧି, ଆଗାମୀ ପଣାଯାତ୍ରା, ମନ୍ଦିର ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ କିଷାନ କୁମାର ଦାସ, ଉପସଭାପତି ଦାଶରଥି ସାହୁ, ଲକ୍ଷ୍ମୀଧର ମହାପାତ୍ର, କୋଷାଧ୍ୟକ୍ଷ କମଳ କୁମାର ପଟ୍ଟନାୟକଙ୍କ ସମେତ ୨୫ରୁ ଉର୍ଦ୍ଧ କାର୍ଯ୍ୟକାରିଣୀ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଭାବେ ଗତ ପଣାଯାତ୍ରା ସମୟରେ ବିଶେଷ ସହଯୋଗ କରିଥିବା ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ, ଦେବୋତ୍ତର ମ୍ୟାନେଜରଙ୍କ ସମେତ ପ୍ରତିନିଧିମାନେ ପ୍ରସାଦ ସେବନରେ ଯୋଗଦେଇଥିଲେ।
ପିତ୍ତଳରେ ଝଲସିବ ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମୁଖ୍ୟ ଦ୍ୱାର କବାଟ
