ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା, ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ (ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୬୮୪୪୯/୫୦)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା, ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି ସ୍ଥାପିତ ହୋଇଥିବା ଟିକେଟ ଭେଣ୍ଡିଂ ମେସିନରେ କର୍ମଚାରୀ ନିଯୁକ୍ତି କରିବା ଆଦି ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆ ଯାଇଥିଲା।
Related posts
-
ନୟାଗଡ଼ ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନଙ୍କର ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ ତରଫରୁ ”ବାଲ୍ୟ... -
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ ପ୍ରାଙ୍ଗଣରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି, ଉକ୍ତ ଉତ୍ସାବରେ... -
ସମର୍ପଣ ବୃଦ୍ଧାଶ୍ରମରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୭ ତମ ଗଣତନ୍ତ୍ର ଦିବସ। ...
