ରଣପୁର ଜଗନ୍ନାଥ ସେନାର ଭିନ୍ନ ପ୍ରୟାସ,
ବେଦପାଠ ସହ ଦେବ ଦୀପାବଳୀରେ ଦ୍ଵୀପ ଦାନ

ରଣପୁର,(ନୟାଗଡ଼ ଦର୍ପଣ):ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଠାରୁ ଦୀର୍ଘ ୩ ଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଆୟୋଜନ କରାଯାଇଥିବା ଦେବ ଦୀପାବଳିର ଅନ୍ତିମ ଦିବସ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ନନ୍ଦ-ଯଶୋଦା, ଦେବକୀ, ବସୁଦେବ,ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେବା ବିଧିରେ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଥିଲା। ରଣପୁର ଜଗନ୍ନାଥ ସେନା ଆବାହକ ଶ୍ରୀ ବିରଜା ମିଶ୍ରଙ୍କ ତତ୍ତ୍ୱାବଧାନରେ ଦୀର୍ଘ ତିନିଦିନ ଦ୍ବୀପ ଦାନ କରାଯାଇଥିଲା। ଅନେକ ଭକ୍ତ, ଶ୍ରଦ୍ଧାଳୁ ପୂଜା ପଣ୍ଡା, ସେବାୟତ ଓ ଜଗନ୍ନାଥ ସେନାର କର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳାର ଛାତ୍ରମାନେ ବେଦ ଉଚ୍ଚାରଣ କରିଥିଲେ। ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇ ଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଶୋକ ମହାପାତ୍ର, ରାଜକିଶୋର ପଟ୍ଟନାୟକ, ଡ଼ଃ ସତ୍ୟ ନାରାୟଣ ମିଶ୍ର,ନରେନ୍ଦ୍ର ସ୍ୱାଇଁ, ସୁରେଶ ମହାରଣା, ବିଷ୍ଣୁ ପ୍ରସାଦ ମିଶ୍ର,ପୂଜା ପଣ୍ଡା ପ୍ରଫୁଲ୍ଲ ନନ୍ଦ, ଶିବାନନ୍ଦ ସାହୁ, ଏଣ୍ଡୁ ଭାଇ, ଉମେଶ ମହାପାତ୍ର, ଜିତନ, ସତ୍ୟ ନାରାୟଣ ମହାପାତ୍ର, ସଂଜୀବ ପ୍ରଧାନ, ସୂର୍ଯ୍ୟ ନାରାୟଣ, ଅଶ୍ୱିନ ତୋଟାଲ, ଟିକି ଭାଇ ,ଅଶୋକ ତୋଟାଲ, ନିରଞ୍ଜନ ଗୁରୁ, ଆଦି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ସହଯୋଗ କରିଥିଲେ।

ଶ୍ରୀଜଗନ୍ନାଥ ସେନାର ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଦୀର୍ଘ ତିନି ଦିନ ଧରି ଆୟୋଜନ କରାଯାଇ ଥିବା ପବିତ୍ର ଦେବ ଦୀପାବଳିର ଅନ୍ତିମ ଦିବସରେ ସାହାଯ୍ୟ ଓ ସହଯୋଗ କରୁଥିବା କୃଷ୍ଣ ଦ୍ୱୈପାୟନ ବେଦ ପାଠ ଶାଳାର  ଅଧକ୍ଷ ଶ୍ରୀଯୁକ୍ତ ଅଶୋକ ମହାପାତ୍ର (ଅଶୋକ ଭାଇନା),ବିଜୟ ମହାପାତ୍ର, ଗୁରୁଜୀ ଶ୍ରୀମାନ ଜଗନ୍ନାଥ ଦାସ, ଶ୍ରୀମାନ ରାକେଶ ଆଚାର୍ଯ୍ୟ,ଛାତ୍ର ଓ ଭଗବାନ ଦାସ,ରାଜ କିଶୋର ପଟ୍ଟନାୟକ (ରାଜ ଭାଇ) ବିଷ୍ଣୁ ପ୍ରସାଦ ମିଶ୍ର, ସୁରେଶ ସାର, ଅଶ୍ୱିନୀ ଭାଇ, ନିର୍ମଳ ଭାଇ, ରାଜୁ, ସୁରେଶ ମହାରଣା, କାଳିଆ ଭାଇ, ଭାଲୁ ଭାଇନା, ଉମେଶ ମହାପାତ୍ର, ଟିକିନା ଭାଇ, ନେହେରୁ ଭାଇ, ସୂର୍ଯ୍ୟ ନାରାୟଣ ଭାଇ, ଡ଼ଃ ସତ୍ୟନାରାୟଣ ମିଶ୍ର, ଟୁକୁନି ସାର ଆଦି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଜଗନ୍ନାଥ ସେନାର ଆବାହକ ବିରଜା ଶଙ୍କର ମିଶ୍ରଙ୍କ ଧନ୍ୟବାଦ ଜଣାଇଛନ୍ତି।

Related posts