ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ୨୦୨୫ ନିମନ୍ତେ ନୂତନ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଆହ୍ବାନ କରାଯାଇଥିବା ବୈଠକ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ୧୭ବର୍ଷରୁ ୧୮ବର୍ଷ ଗ୍ରୁପର ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବର୍ଷକୁ ଚାରୋଟି ଦିବସ ଯଥା-ଜାନୁଆରୀ ୧,ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧, ୨୦୨୪ ସୁଦ୍ଧା ଯେଉଁମାନଙ୍କର ବୟସ ୧୭ବର୍ଷରୁ ଉର୍ଦ୍ଧ ହୋଇଥିବ ସେମାନେ ଅଗ୍ରୀମ ପଂଜୀକରଣ କରିପାରିବେ । ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହାର ସର୍ଭେ କରିବେ ଏବଂ ଯେଉଁମାନଙ୍କୁ ୧୭ବର୍ଷ ହୋଇଥିବ ସେମାନଙ୍କ କାଗଜାତ ନେଇ ଭୋଟର ହେଲପ୍ ଲାଇନ ଆପ୍ ଡାଉନଲୋଡ୍ କରି କିମ୍ବା voterportal.eci.gov.in କିମ୍ବା nvsp.in ଦ୍ଵାରା ସେମାନେ ଆଧାର ଲିଙ୍କ୍ ଏବଂ ନୂତନ ପଂଜୀକରଣ କରିପାରିବେ । ୨୮.୧୦.୨୦୨୪ରେ integrated_draft role ପ୍ରସ୍ତୁତ କରାଯାଇ ୨୯.୧୦.୨୦୨୪ରେ ପ୍ରକାଶ କରାଯିବ । ଏହା ପରେ ନଭେମ୍ବର ୨୦୨୪ରେ ବୁଥସ୍ତରୀୟ ଅଧିକାରୀମାନେ special campaign ଯଥା-୦୨.୧୧.୨୦୨୪, ୧୦.୧୧.୨୦୨୪, ୧୬.୧୧.୨୦୨୪ ଏବଂ ୨୪.୧୧.୨୦୨୪ କରି ପଂଜୀକରଣ ଆପ୍ରେ ଅପଲୋଡ୍ କରିବେ । Claim & objection ଗୁଡ଼ିକ ଜନସାଧାରଣଙ୍କ ଠାରୁ ତା.୨୪.୧୨.୨୦୨୪ରିଖ ସୁଦ୍ଧା ଗ୍ରହଣ କରାଯିବ ଏବଂ ତା.୦୬.୦୧.୨୦୨୫ରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଏହି ପରିପ୍ରେକ୍ଷୀରେ ୨୯.୧୦.୨୦୨୪ରିଖ ସକାଳ ୭ଟା ସମୟରେ ନୂତନ ଭୋଟରମାନଙ୍କ ମନରେ ଏହା ପ୍ରତି ଆଗ୍ରହ ତଥା ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦଯାତ୍ରା ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରୁ ବାହାରି ପୁରୁଣା ସହର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଲା ପରେ ଏକ ବୈଠକ ତଥା ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ଡେପୁଟି କଲେକ୍ଟର ନିର୍ବାଚନ ତପସ୍ବିନୀ ହାଁଷଦା ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା ସାହୁ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷା/ ଅଧ୍ୟକ୍ଷ, ନୟାଗଡ଼ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା
୧୬ଜଣ ସେମି ଫାଇନାଲକୁ ଉନ୍ନୀତ ନୟାଗଡ଼,: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ,... -
ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ
Comments Off on ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ... -
ପଞ୍ଚାୟତ ଗ୍ରାମସଭାକୁ ନେଇ ଅସନ୍ତୋଷ
ଚିହିଙ୍କି ଉଠିଲା ଗୋପାଳପୁର ଜୋନ୍ ବିଜୁ ଛାତ୍ର ଜନତା ଦଳ ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକର ସର୍ବବୃହତ ଗୋପାଳପୁର ପଞ୍ଚାୟତର...