ନୟାଗଡ଼,(ନୟାଗଡ଼ ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ ପ୍ରଥମ ସ୍ଥାନ ହାସଲ କରି ମୁଖ୍ୟ ଅତିଥି ତଥା ନୟାଗଡ଼ର ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରୁ ଟ୍ରଫି ହାସଲ କରିଥିଲେ। ସ୍କାଉଟ ଦଳର ଏହି କୃତିତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍କାଉଟରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଏବଂ ଅଭିଭାବକ ଅଭିନନ୍ଦନ ଜଣାଇବା ସହିତ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରୁ ୫୨ଟି ପ୍ଲାଟୁନ ଯୋଗଦାନ କରିଥିଲେ।
ଜିଲ୍ଲାସ୍ତରୀୟ ପ୍ୟାରେଡରେ ପ୍ରଥମ ହୋଇଥିବା ଦଳକୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
