ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବ ସରପଞ୍ଚ ଇଂ ମନୋଜ କୁମାର ନାୟକ ଥିଲେ ଯୁବ ଓ ଛାତ୍ରଙ୍କ ପ୍ରେରଣା । ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଭାବେ ନିଜର ପରାକାଷ୍ଠା ପ୍ରତିପାଦିତ କରିବା ସହ ଆବାଳ ବୃଦ୍ଧ, ବନିତାଙ୍କ ପ୍ରିୟଭାଜନ ହୋଇଥିଲେ । ବାଲୁଗାଁ ପଞ୍ଚାୟତ ସମେତ ନୟାଗଡ଼ ବ୍ଲକ ପ୍ରତ୍ୟେକ ପଞ୍ଚାୟତର ଜନପ୍ରତିନିଧି, ସରକାରୀ କର୍ମଚାରୀଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା । ୩୪ ବର୍ଷ ବୟସରେ ଜଣେ ଦୃଢ଼ ଓ କର୍ମନିଷ୍ଠ ରାଜନେତା ଭାବେ ପରିଚିତ ହୋଇଥିଲେ । ଗତ ୩ ତାରିଖ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଆଜି ବି ତାଙ୍କୁ ଲୋକ ମନେ ପକାଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମନୋଜଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଏଭଳି ମତ ପ୍ରକାଶ…
Read More