ଅଙ୍ଗଦାନ ପାଇଁ ଏସ୍‌ସିବିରେ ସ୍ୱୀକୃତିପତ୍ର ଦେଲେ ନୟାଗଡ଼ର ଆଦର୍ଶ ଦମ୍ପତି

ନୟାଗଡ଼, (ନୟାଗଡ଼ ଦର୍ପଣ): ସମାଜକୁ ଏକ ମହତ୍‌ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନୟାଗଡ଼ର ଜଣେ ଆଦର୍ଶ ଦମ୍ପତି। ମୃତ୍ୟୁ ପରେ ମଧ୍ୟ ନିଜ ଅଙ୍ଗ ଅନ୍ୟ ଜଣଙ୍କ ଜୀବନରେ ନୂଆ ଆଶା ଓ ଆଲୋକ ଆଣିପାରିବ—ଏହି ମହତ୍‌ ଚିନ୍ତାରେ ଅନୁପ୍ରାଣିତ ହୋଇ ପତି-ପତ୍ନୀ ଉଭୟେ ଅଙ୍ଗଦାନ ପାଇଁ ନିଜ ନିଜର ସ୍ୱୀକୃତିନାମା ଦାଖଲ କରିଛନ୍ତି। ନୟାଗଡ଼ ପିଟିଏସ୍‌ ରୋଡ୍‌ ଅଞ୍ଚଳର ବାସିନ୍ଦା, ସମସ୍ତଙ୍କର ପ୍ରିୟ କବି, ଗାଳ୍ପିକ ଓ ଗୀତିକାର ହରିଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରମିଳା ପ୍ରଧାନ କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି। ଏହି ମହତ୍‌ ପଦକ୍ଷେପକୁ ନେଇ ନୟାଗଡ଼ରେ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।ଅଙ୍ଗଦାନ ଭଳି ମହତ୍‌ ଦାନରେ ଗଭୀର ଭାବେ ଅନୁପ୍ରାଣିତ ହୋଇ ଏହି…

Read More

ବିରୁଡ଼ାରେ ସାଇ ହେଲଥ କେୟାର ଏବଂ ସାଇ ସିଦ୍ଧି ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ସାଇ ହେଲଥ କେୟାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ପରାମର୍ଶ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମାଜସେବୀ ଭାଗିରଥୀ ବାଇ, ପ୍ରତିଷ୍ଠାତା ଶାଇସୁଭମ, ଆଶିଷ, ଅଶୁ, ସଙ୍କେତ, ବିକି, ବିଶ୍ୱ, ସମାଜସେବୀ ସୁରେଶ କୁମାର ସାହୁ, ସମାଜସେବୀ ବବୁଲୁ ଦାସ, ସରୋଜ ବିଶ୍ୱାଳ ଏବଂ ଯୁବ ସମାଜସେବୀ ମିତ୍ରବନ୍ଧୁ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଫିଜିଓଥେରାପି ଡାକ୍ତର ଗୌତମ ବେନିଆ…

Read More

ଗୋପାଳପୁର ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନଷ୍ଠିତ ହୋଇଯାଇଅଛି

ରଣପୁର, (ନୟାଗଡ଼ ଦର୍ପଣ): ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ, ଜାତିପ୍ରେମକୁ ଉଦବୋଧ କରିବା ପାଇଁ ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଉଅଛି । ଏହି ଅବସରରେ ଗୋପାଳପୁର ମଣ୍ଡଳ ବିଜେପି ତରଫରୁ ଅପରାହ୍ନ ସାଢ଼େ ୩ ଟା ସମୟରେ ମଝିଆଖଣ୍ଡ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।ଏହି ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରା କମଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଦେଶାତ୍ମବୋଧକ ନାରା ଦେଇ ମଝିଆଖଣ୍ଡ ବଜାର ପରିକ୍ରମା କରି ଅଗାଧୁ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ବିଜେପି ଜିଲ୍ଲା ଉପ ସଭାପତି ପରେଶ ମିଶ୍ର,ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହ ,…

Read More