ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡ଼ିଏସ)ଅଧୀନରେ ରାସନ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ସରକାର ସମସ୍ତ ଖାଉଟି କାର୍ଡଧାରୀଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେଉଥିଲେ ମଧ୍ୟ ଚମ୍ପାଗଡ ପଞ୍ଚାୟତରେ ପିଇଓଙ୍କ ନାମରେ ପରିଚାଳିତ ରାସନ ଯୋଗାଣ କେନ୍ଦ୍ରରେ ସରକାରୀ ନିୟମ ଅନୁଯାୟୀ ବଣ୍ଟନ ହେଉନଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସନ ବଣ୍ଟନ ପରେ ହିତାଧିକାରୀମାନଙ୍କୁ କୌଣସି ରସିଦ ପ୍ରଦାନ କରାଯାଉ ନାହିଁ। ରସିଦ ମାଗିଲେ କାହାକୁ ରସିଦ ଦିଆଯାଉନାହିଁ ବୋଲି କୁହାଯାଉଥିବା ଅଭିଯୋଗ ହୋଇଛି। ଏହାସହ ରାସନ ବଣ୍ଟନ ସମୟରେ ଓଜନ କଣ୍ଟାରେ ୨୦ କେଜି ଓ ୧୦ କେଜିର ବଟଖରା ରଖି ନିର୍ଦ୍ଧାରିତ ପରିମାଣଠାରୁ କମ୍ ରାସନ ଦିଆଯାଉଥିବା ନେଇ ମଧ୍ୟ…
Read More