ଲଡୁବାବାଙ୍କ ପୀଠରେ ଶୀତଳ ଷଷ୍ଠୀ : ଦେବଦମ୍ପତିଙ୍କ ନଗର ପରିକ୍ରମା,
ଆଶୀର୍ବାଦ ପାଇଁ ୧୬ଶମ୍ଭୁଙ୍କ ମିଳନ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶୈବ ଓ ବୈଷ୍ଣବ ଧର୍ମର ସମ୍ମିଳିତ ପ୍ରସିଦ୍ଧ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ଶୀତଳଷଷ୍ଠୀ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ଦିନ ଶିବ ବିବାହ ପରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଲାଗି ଲଡୁବାବାଙ୍କ ନିମନ୍ତ୍ରଣ ପାଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶରଣକୁଳ ଅଂଚଳର ବିଭିନ୍ନ ଗ୍ରାମରେ ଥିବା ଠାକୁର ମାନେ ଲଡୁବାବାଙ୍କ ମନ୍ଦିରରେ ଏକତ୍ରିତ ହୋଇ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ସମସ୍ତ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମା ପାର୍ବତୀ, ଗୋପୀନାଥ, ଲଷ୍ମୀ ନାରାୟଣ, ଶ୍ରୀ ରଘୁନାଥ, ଜୟଦୁର୍ଗା, ଦଧିବାମନ, ମା ବିରଜାଇ, ମା ରାମଚଣ୍ଡୀ , ମା ନାରାୟଣୀ,ସନୃସିଂହନାଥ , ମା ସନ୍ତୋଷୀ, ଦୁର୍ଗା , ଅର୍ଦ୍ଧନାରୀଶ୍ୱର , ରାଧାକୃଷ୍ଣ ଓ ଉମା ମହେଶ୍ୱର ଶୋହଳଟି ବିମାନରେ ଉପବେଶନ କରି ମନ୍ଦିରର…

Read More

ରଥଯାତ୍ରା ପାଇଁ ନୟାଗଡ଼ ସହରରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ସମୟରେ ନୟାଗଡ଼ ସହରରୁ ପୁରୀକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନିକଟରେ ଦାବି କରାଯାଇଛି।ନାଗରିକ ମଞ୍ଚ ପକ୍ଷରୁ ଡି.ଆର.ଏମ.ଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରଥଯାତ୍ରା ସମୟରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଯଦିଓ ରେଳ ବିଭାଗ ପକ୍ଷରୁ ଦଶପଲ୍ଲାରୁ ପୁରୀକୁ ୩ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉଛି, ମାତ୍ର ଦଶପଲ୍ଲାରୁ ଆସୁଥିବା ଏହି ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ରହୁଛି। ଫଳରେ ନୟାଗଡ଼ ଟାଉନ୍ ଷ୍ଟେସନରେ ପହଞ୍ଚିବା ବେଳକୁ ଏଥିରେ ସ୍ଥାନ ଅଭାବରୁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ଟ୍ରେନରେ ଚଢ଼ି ନପାରି ନିରାଶ ହୋଇ ଘରକୁ ଫେରୁଛନ୍ତି।…

Read More

ନୟାଗଡ଼ରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ଅଚାନକ ପରିଦର୍ଶନ କଲେ ଉପ-ସଚିବ ମୋନାଲିଶା ଦେବତା

ନୟାଗଡ଼, (ନୟାଗଡ଼ ଦର୍ପଣ): ମହିଳା ଓ ଶିଶୁ ବିକାଶ ବିଭାଗର ଉପ-ସଚିବ ମୋନାଲିଶା ଦେବତା ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ପୁଷ୍ଟି, ଶିକ୍ଷା ଓ ସେବାର ମାନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଖଣ୍ଡପଡା ବ୍ଲକର ତେନ୍ତୁଳିଆ ପଲ୍ଲୀ ଏବଂ ନୟାଗଡ଼ ବ୍ଲକର ଶିଖରାପୁର ଓ କ୍ରୀଡାଶପୁର ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାର କାର୍ଯ୍ୟକଳାପ ନିରୀକ୍ଷଣ କରିଥିଲେ। ପରିଦର୍ଶନ ସମୟରେ ଉପ-ସଚିବ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟର ଗୁଣବତ୍ତା, ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏବଂ କେନ୍ଦ୍ରଗୁଡ଼ିକର ସାମଗ୍ରିକ କାର୍ଯ୍ୟକ୍ଷମତା ଉପରେ ବିଶେଷ ଧ୍ୟାନ ଦେଇଥିଲେ। ସେ ଶିଶୁମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କର ଶିକ୍ଷାଗତ ଅଗ୍ରଗତି, ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ସାର୍ବିକ ବିକାଶ ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀମତୀ ଦେବତା ଶିଶୁମାନଙ୍କ ପାଇଁ…

Read More