ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ‘ମଞ୍ଚାୟନ ନାଟକ ମହୋତ୍ସବ-୨୦୨୬’ର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ବାଗଦେବୀ ଲିଟେରେଚର ଟ୍ରଷ୍ଟ’ ପକ୍ଷରୁ ନାଟକ ‘ଓଡ଼ଶ’ ମଞ୍ଚସ୍ଥ ହୋଇଯାଇଛି। ମେ’ ୯ ତାରିଖ ସନ୍ଧ୍ୟାରେ ପରିବେଷିତ ଏହି ନାଟକଟି ସମାଜର ବିଭିନ୍ନ ଦିଗ ଓ ମଣିଷର ଚରିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରି ଦର୍ଶକଙ୍କ ମନ ଜିଣିପାରିଛି। ନାଟକଟିର ମୂଳ ଭାବଧାରା ‘ପୃଥିବୀରେ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି’ ଉପରେ ଆଧାରିତ। ଛୋଟ ହେଲେ ମଧ୍ୟ ଓଡ଼ଶର ଜୀବନ ଅଛି, ସେ ମଣିଷ ପରି ଖାଏ, ବୁଲେ ଏବଂ ତା’ର ମଧ୍ୟ ସଂସାର ଅଛି। ନାଟକରେ ଓଡ଼ଶ ଓ ମଣିଷ ମଧ୍ୟରେ ଥିବା ତୁଳନାତ୍ମକ ଚିତ୍ରକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି। ମଣିଷର ରକ୍ତ ଶୋଷି ଓଡ଼ଶ…

Read More

‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ,ଯଜ୍ଞ, ନୈତିକ ଶିକ୍ଷା, ମୂଲ୍ୟବୋଧ,ସ୍ୱଧର୍ମ, ସ୍ୱରାଷ୍ଟ୍ର, ସ୍ୱ ଜାଗରଣ ଓ ସ୍ୱଦେଶପ୍ରେମରେ ଉଦବୁଦ୍ଧ ହେଲେ ଶିବିରାର୍ଥୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଚାଲିଥିବା ତ୍ରିଦିବସୀୟ “ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର”ର ଦ୍ଵିତୀୟ ଦିବସ ଶନିବାର ଦିନ ବିଭିନ୍ନ ଆଧ୍ୟାତ୍ମିକ, ନୈତିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ଚରିତ୍ର ଗଠନ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ନେଇ ଦିନବ୍ୟାପୀ ବିଭିନ୍ନ ଅଧିବେଶନ ଆୟୋଜିତ ହୋଇଥିଲା। ସକାଳ ୫.୩୦ ରୁ ପ୍ରାର୍ଥନା ଓ ଯୋଗାଭ୍ୟାସ ସହ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯୋଗ ମାଧ୍ୟମରେ ଶରୀର ଓ ମନର ସନ୍ତୁଳନ ରକ୍ଷା କରି ସୁସ୍ଥ ଜୀବନ ଗଢ଼ିବାକୁ ପ୍ରଶିକ୍ଷକମାନେ ବିଦ୍ୟାର୍ଥୀ ଶିଶୁ,ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଯୋଗ, ପ୍ରାଣାୟମ କାଳାଂଶ ପରେ ବିଦ୍ୟାଳୟ ତରଫରୁ ପୂର୍ବାହ୍ନ ୮ଟା ରୁ ୯.୩୦ ପର୍ଯ୍ୟନ୍ତ ପଞ୍ଚକୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା।…

Read More

ନୟାଗଡ ଜିଲ୍ଲା କୋର୍ଟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ଅଧକ୍ଷ ଅଜନ୍ତା ଷଡଙ୍ଗୀ ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତକ୍ଷ ତତ୍ଵବଧାନରେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫୪ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୪,୬୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୩୭ ଟି ଦେୱାନି କେସରୁ ୭୮ ଟି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୯୮ ଟି ରୁ ୬ ଟି ଫଇସଲା କରାଯାଇ ୧,୨୯,୫୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୮…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ଯାର୍ଥୀ ଶିଶୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା, ଆଧ୍ୟାତ୍ମିକତା, ଅନୁଶାସନ ଓ ଦେଶପ୍ରେମ ଭଳି ସଦ୍‌ଗୁଣର ବିକାଶ ଉଦ୍ଦେଶ୍ୟରେ ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ତିନିଦିବସୀୟ “ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର” ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ସଭାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଏହି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିବା ସହିତ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏହିଭଳି ଶିବିରର ଆବଶ୍ଯକତା ଅଛି ବୋଲି ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ଓଟିଭିରେ ପ୍ରସାରିତ “ସର୍ବେ ଭବନ୍ତୁ ସୁଖୀନଃ” କାର୍ଯ୍ୟକ୍ରମର ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଗୁରୁଭକ୍ତି…

Read More