ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳ ଲାଇନକୁ କ୍ରିୟାଶୀଳ କରିବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିଦର୍ଶନ ସମୟରେ ପର୍ଯ୍ୟଟନ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ଏବଂ ଖଣ୍ଡପଡାକୁ ଖୁବ ଶୀଘ୍ର ରେଳ ଗଡ଼ିବା ନେଇ ପ୍ରତିଶୃତି ଦେଇଥିଲେ। ତଦନୁଯାଇ ତାଳଚେର ଠାରୁ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡାକୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ପ୍ରସ୍ତାବିତ ଏହି ୧୨୦ କିମି ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଦର ପର୍ଯ୍ୟନ୍ତ ଏକ କର୍ଡ଼ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଫାଇନାଲ ଲୋକେସନ ସର୍ଭେ ଏବଂ ଡିପିଆର କାର୍ଯ୍ୟ ରେଳବିଭାଗ ପକ୍ଷରୁ ସମ୍ପୂର୍ଣ ହୋଇସାରିଛି। ତେବେ ଚଳିତ ବର୍ଷ ଏହି କାର୍ଯ୍ୟ ପାଇଁ ରେଳ…
Read More