ଆସନ୍ତା ୨୪ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘଦିନରୁ ଚାଲିଥିବା ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ଏବଂ  ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ସମ୍ବନ୍ଧେ ଆଜି ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଭବିଷ୍ୟତ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଅଛି। ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ଭଲ କଥା, କିନ୍ତୁ ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗତକାଲି ବି ଥିଲା, ଆଜି ବି ଅଛି ଓ ଅସନ୍ତାଦିନରେ ବି ରହିବ। ତେଣୁ ନୟାଗଡ଼ିଆଙ୍କ ହକ ତଥା ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ତା୨୪.୦୨.୨୦୨୬ରିଖ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ଡାକରା ଦିଆଯାଇଛି।…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ। ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର , କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ…

Read More

ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ପ୍ରମୁଖ ଅନୁଷ୍ଠାନ ପରମ୍ପରା, ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ,ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ନିଜନିଜର ବକ୍ତବ୍ୟ ରଖିଥିଲେ। ଅତିଥିମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ।  ଏହି ଅବସରରେ ଏକ କବିତା ପାଠୋତ୍ସବର…

Read More