ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ ତରଫରୁ ”ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। “ପୂର୍ଣ୍ଣ ଶିକ୍ଷା ପରେ ନିଜେ କାର୍ଯ୍ୟକ୍ଷମ ହୋଇ ବିବାହ କରିବା ପାଇଁ ଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ତତ୍ ସହିତ ବାଲ୍ୟ ବିବାହ ମୁକ୍ତ ଭାରତ ପ୍ରତିଷ୍ଠିତ ପାଇଁ ନିଜର ଚେଷ୍ଟା ଅବ୍ୟାହତ ରଖିବା, ନିଜ ଅଂଚଳରେ ବାଲ୍ୟ ବିବାହକୁ ବିରୋଧ କରିବା ପାଇଁ ନିଜର ଅଭିଭାଷଣରେ କହିଥିଲେ। ନୟାଗଡ଼ ଜିଲ୍ଲପାଳ ମଧୁମିତା ରଥ, ଅଧ୍ୟାପିକା, ଅଧ୍ୟାପକ ସର୍ବଦା ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ବିଷୟରେ ସଚେତନ କରିବା ପାଇଁ ନିଜର ଅଭିଭାଷଣରେ କହିଥିଲେ। ଏହା…
Read MoreDay: January 26, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ ପ୍ରାଙ୍ଗଣରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି, ଉକ୍ତ ଉତ୍ସାବରେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ ଡ଼. ଖଲି ସାହୁ ଦୀପ ପ୍ରଜ୍ବଳନ କରି ମା ‘ଶାରଦାଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ। ଶ୍ରୀ ସାହୁ ମହୋଦୟ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ ସହ ସାଧାରଣତନ୍ତ୍ର ଦିବସର ମହତ୍ୱ ବର୍ଣ୍ଣନା କରିଥିଲେ। ସଂପ୍ରତି ଚିନ୍ତାଶୀଳ ଯୁବସମାଜ, ଅନ୍ୟାୟ, ଶୋଷଣମୁକ୍ତ ବିକଶିତ ରାଷ୍ଟ୍ରର ନବ ନିର୍ମାତା। ବିଭିନ୍ନତା ମଧ୍ୟରେ ଏକତା ସମ୍ବିଧାନିକ ନିୟମକୁ ହୃଦବୋଧ କରି ଭାରତୀୟ ଏକତା କୁ ବଜାୟୀ ରଖିବା। ଭାରତକୁ ବିଶ୍ୱ ଗୁରୁ ଆସନରେ ଆସୀନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ। ଉକ୍ତ ଉତ୍ସବରେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଭଗବାନ…
Read Moreସମର୍ପଣ ବୃଦ୍ଧାଶ୍ରମରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୭ ତମ ଗଣତନ୍ତ୍ର ଦିବସ। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯ ମାନଙ୍କ ଗହଣ ରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମ୍ରୁତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ଗଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇ ସମ୍ବିଧାନ ପ୍ରଣୟନରେ ତାଙ୍କର ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନ ବିଷୟରେ ଆଲୋଚନା କରିଥିଲେ। ଆଜିର ଛାତ୍ର କାଲିର ନାଗରିକ।…
Read More୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଡ଼.ସୁରେଶ ବରାଡ଼ଙ୍କ “ଭାରତୀୟ ସମ୍ବିଧାନ(ମୁଖ୍ୟ ବିନ୍ଦୁ)” ଉନ୍ମୋଚିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ହରିହରପୁରସ୍ଥ ଗ୍ରୀନ କ୍ଳବ ପକ୍ଷରୁ ଗ୍ରୀନ ପାର୍କ ପରିସରରେ ଚଳିତ ବର୍ଷ ବହୁ ଆଡମ୍ବରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଶ୍ରୀଯୁକ୍ତ ବିଭୁପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମାରୋହରେ କ୍ଲବର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ:ଉପଦେଷ୍ଟା ସୌଦାଗର ନାୟକ, ସମ୍ପାଦକ କୁମାର ବରାଡ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାରଣା, ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ, କରଡା ହରିହର ପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିଥିଲେ। କ୍ଲବର ଅନେକ ଶିଶୁ ଓ ସ୍ଥାନୀୟ ଲୋକମାନେ ଏହି ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପତାକା ଉତ୍ତୋଳନ ପରେ ସମ୍ପାଦକ “ଘରେ ଘରେ ସଂବିଧାନ”…
Read Moreନୟାଗଡ଼ କପ୍: କଟକ ଚାମ୍ପିଅନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ। ୭୮୬ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଖେଳର ଆଜିର ଏହି ଫାଇନାଲ ଖେଳରେ ଭଞ୍ଜନଗର ଓ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ଡ. ଅରୁଣ କୁମାର ସାହୁ ଆଜି ଏଠାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରାଧ୍ୟକ୍ଷା ନିରୁପମା ଖଟେଇ, ଅଧ୍ୟକ୍ଷ ନୟାଗଡ଼ ବ୍ଲକ୍ କିଶୋର ଚନ୍ଦ୍ର ସାହୁ, ଅଧକ୍ଷ ନୂଆଗାଁ ବ୍ଲକ୍ ଶଙ୍କର୍ଷଣ ବେହେରା, ବେଣୁଧର ପ୍ରଧାନ ଭାପୁର ବ୍ଲକ୍…
Read More